Wednesday, October 7, 2026
22.5 C
Odisha

    ୱାୟନାଡ଼ରେ ପ୍ରିୟଙ୍କାଙ୍କ ବି‌ରୋଧରେ ପ୍ରାର୍ଥୀ ଦେବ ସିପିଆଇ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେରଳର ୱାୟନାଡ଼ ଲୋକସଭା ଆସନରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଉପନିର୍ବାଚନ ଲଢ଼ୁଛନ୍ତି। ତେବେ ପ୍ରିୟଙ୍କାଙ୍କ ପାଇଁ ୱାୟନାଡ଼ ଲଢ଼େଇ ସହଜ ହେବନି। କାରଣ ପ୍ରିୟଙ୍କାଙ୍କ ବିରୋଧରେ ସିପିଆଇ ପ୍ରାର୍ଥୀ ଦେବ। ସିପିଆଇ କେରଳ ରାଜ୍ୟ ସଚିବ ବିନୟ ବିଶ୍ବମ୍‌ କହିଛନ୍ତି, ଖୁବ୍‌ ଶୀଘ୍ର ଦଳ ପ୍ରିୟଙ୍କାଙ୍କ ବିରୋଧରେ ଜଣେ ପ୍ରାର୍ଥୀଙ୍କୁ ବାଛିବ। ସିପିଆଇ ହେଉଛି ଇଣ୍ଡି ମେଣ୍ଟର ଏକ ଅଂଶ। ତେବେ ସିପିଆଇ ନେତା ବିଶ୍ବମ୍‌ କହିଛନ୍ତି, ସିପିଆଇ ପ୍ରିୟଙ୍କାଙ୍କ ବିରୋଧରେ ପ୍ରାର୍ଥୀ ଦେବ।
    ଏଥିରେ ସନ୍ଦେହ କ’ଣ ରହିଛି। କେବଳ ଅଣ-କଂଗ୍ରେସ ଭୋଟ୍‌ ବିଜେପିକୁ ନଯିବାପାଇଁ ସିପିଆଇ ପ୍ରିୟଙ୍କାଙ୍କ ବିରୋଧରେ ପ୍ରାର୍ଥୀ ଦେଉଛି। ଉଲ୍ଲେଖଯୋଗ୍ୟ, ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ସିପିଆଇ ୱାୟନାଡ଼ରେ ଆନ୍ନି ରାଜାଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ରାହୁଲ ଏଠାରେ ୩.୬୪ ଲକ୍ଷ ଭୋଟ୍‌ ବ୍ୟବଧାନରେ ନିର୍ବାଚନ ଜିତିଥିଲେ। ବିଶ୍ବମ୍‌ ମଧ୍ୟ କହିଛନ୍ତି, ଯଦି ୱାୟନାଡ଼ ଛାଡ଼ିବା କଂଗ୍ରେସର ଯୋଜନା ଥିଲା ତେବେ ଏଠାକୁ ରାହୁଲଙ୍କ ଭଳି ଜଣେ ପ୍ରମୁଖ ନେତାଙ୍କୁ ଆଣିବାର ନଥିଲା। ବିଜେପି ମଧ୍ୟ ପ୍ରିୟଙ୍କାଙ୍କ ବିରୋଧରେ ପ୍ରାର୍ଥୀ ଦେବ ବୋଲି ଜଣାପଡ଼ିଛି। ବିଜେପି ଏହି ଆସନରେ କେ ସୁରେନ୍ଦ୍ରନଙ୍କୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରାର୍ଥୀ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ