Tuesday, October 13, 2026
24.3 C
Odisha

    ହେଲିକପ୍ଟର ଦୁର୍ଘଟଣା ପଛରେ ଖାମେନି ପୁଅଙ୍କ ହାତ!

    ଆଗକୁ ପଢନ୍ତୁ

    ତେହେରାନ: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ସମେତ ୯ ଜଣ ଲୋକଙ୍କର ଯେଉଁ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଛି ତାହା ପଛରେ ଇରାନର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଆୟାତୁଲ୍ଲା ଅଲୀ ଖାମେନିଙ୍କ ପୁଅଙ୍କର ହାତ ରହିଥିବା କୁହାଯାଉଛି। ଇରାନର କିଛି ସାମାଜିକ କର୍ମୀ ଏଭଳି ଦାବି ଉଠାଇଲେଣି। ଆୟାତୁଲ୍ଲା ଖାମେନିଙ୍କୁ ୮୫ ବର୍ଷ ହୋଇସାରି ଥିବାବେଳେ ସେ ଏବେ କର୍କଟ ରୋଗରେ ପୀଡ଼ିତ। ଏଥିପାଇଁ ତାଙ୍କର ଉତ୍ତରାଧିକାରୀ ଖୋଜିବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଇବ୍ରାହିମଙ୍କୁ ଖାମେନିଙ୍କ ଉତ୍ତରାଧିକାରୀ ଭାବେ ବିବେଚନା କରାଯାଉଥିଲା। ଇବ୍ରାହିମଙ୍କୁ ଇରାନର ଇସଲାମିକ ରିଭଲ୍ୟୁସନାରି ଗାର୍ଡସ ଫୋର୍ସ ମଧ୍ୟ ପସନ୍ଦ କରୁଥିଲା। କିନ୍ତୁ ଏବେ ଇବ୍ରାହିମଙ୍କ ମୃତ୍ୟୁ ପରେ ଖାମେନିଙ୍କ ପୁଅ ମୋଜତାବାଙ୍କ ପାଇଁ ରାସ୍ତା ପ୍ରାୟତଃ ସଫା ହୋଇଯାଇଥିବା କୁହାଯାଉଛି। ଇରାନୀ ସାମ୍ବାଦିକ ମସୀହ ଅଲୀନେଜାଦ ଏକ୍ସରେ ଲେଖିଛନ୍ତି ଯେ ଦୁର୍ଘଟଣା ପଛରେ କିଛି ଷଡ଼୍‌ଯନ୍ତ୍ର ଥିଓରି ରହିଥାଇପାରେ। ସେଥିରେ ଖାମେନିଙ୍କ ପୁଅଙ୍କ ହାତ ଥାଇପାରେ। ବାପାଙ୍କ ଆସନରେ ବସିବା ପାଇଁ ତାଙ୍କ ରାସ୍ତା ସଫା ହୋଇଯିବ।

    ଇରାନର ଭବିଷ୍ୟତ ସର୍ବୋଚ୍ଚ ନେତା କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଇଆରଜିସିର ଏଥିରେ ପ୍ରମୁଖ ଭୂମିକା ରହିବ। ୧୯୮୯ରେ ଯେତେବେଳେ ଆୟାତୁଲ୍ଲା ରୁହୋଲ୍ଲା ଖାମେନିଙ୍କ ମୃତ୍ୟୁ ହୋଇଥିଲା ତାହା ପରେ ଆୟାତୁଲ୍ଲା ଖାମେନି ସର୍ବୋଚ୍ଚ ନେତା ହୋଇଥିଲେ। ସେତେବେଳେ ତାଙ୍କୁ ବିରୋଧ କରିବା ପାଇଁ କେହି ନଥିଲେ। ସେତେବେଳେ ପରିସ୍ଥିତି ଭିନ୍ନ ଥିଲା। କିନ୍ତୁ ଏବେ ପରିସ୍ଥିତିରେ ବଡ଼ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ଆଇଆରଜିସି ଏଭଳି ଜଣେ ନେତାଙ୍କୁ ସର୍ବୋଚ୍ଚ ନେତା କରିବାକୁ ଚାହିବ ଯିଏ ତାର ଇସାରାରେ କାମ କରିବ। ‌ଇବ୍ରାହିମ ରୈସି ମଧ୍ୟ ସେଭଳି ବ୍ୟକ୍ତି ଥିଲେ। କିନ୍ତୁ ମୋଜତାବାଙ୍କ କ୍ଷେତ୍ରରେ ଏଭଳି ସ୍ଥିତି ନାହିଁ। ମୋଜତାବା ବର୍ତ୍ତମାନ ସୁଦ୍ଧା ଆଇଆରଜିସିର ଖାସ୍‌ ପସନ୍ଦ ନୁହନ୍ତି। ତାଙ୍କୁ ତାଙ୍କ ବାପା ଓ ଅନ୍ୟ ମୌଲବୀଙ୍କ ସମର୍ଥନ ଯଦିଓ ମିଳିଯିବ ତଥାପି ଆଇଆରଜିସି ତାଙ୍କର ପଥରେ ପ୍ରତିବନ୍ଧକ ସୃଷ୍ଟି କରିପାରେ। ଏହା ହେଲେ ମୋଜତାବାଙ୍କୁ ସର୍ବୋଚ୍ଚ ନେତା ହେବା କଷ୍ଟକର ହୋଇପଡ଼ିବ। ଏଥିରେ ସାମ୍ବିଧାନିକ ପ୍ରତିବନ୍ଧକ ମଧ୍ୟ ରହିଛି। ଇରାନର ସମ୍ବିଧାନରେ କୁହାଯାଇଛି ଯେ କେବଳ ଜଣେ ବ୍ୟକ୍ତି ସର୍ବୋଚ୍ଚ ନେତା ହେବା ଜରୁରୀ ନୁହେଁ । ଅର୍ଥାତ୍ ସମ୍ବିଧାନରେ ସର୍ବୋଚ୍ଚ ନେତୃତ୍ୱ ପରିଷଦ ଗଠନ ପାଇଁ ଅନୁମତି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    78 %
    0.4kmh
    0 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ