Tuesday, September 29, 2026
28.1 C
Odisha

    ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ମୁସଲିମ୍ ପକ୍ଷକୁ ଝଟକା । ହାଇକୋର୍ଟରେ ୧୫ ମାମଲାର ଏକାଠି ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ମୁସଲିମ୍ ପକ୍ଷକୁ ବଡ ଝଟକା । ମଙ୍ଗଳବାର ସୁପ୍ରିମକୋର୍ଟ ମୁସଲିମ୍ ପକ୍ଷର ଆବେଦନକୁ ଖାରଜ କରିବା ସହିତ, ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ ଏହି ମାମଲାର ଶୁଣାଣି ଆଲ୍ଲାବାଦ୍ କୋର୍ଟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ସମସ୍ତ ମୋକଦ୍ଦମାର ବିଚାର ସାଙ୍ଗରେ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । କୃଷ୍ଣ ଜନ୍ମଭୂମି ମାମଲାରେ ଆହ୍ଲାବାଦ୍ ହାଇକୋର୍ଟ ୧୫ଟି ମୋକଦ୍ଦମାର ଏକା ସାଙ୍ଗରେ ବିଚାର କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ମୁସଲିମ୍ ପକ୍ଷ କିନ୍ତୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଇଥିଲେ । ହେଲେ ସୁପ୍ରିମକୋର୍ଟ ମୁସଲିମ୍ ପକ୍ଷର ଏ ଆବେଦନକୁ ଖାରଜ କରିବା ସହିତ ଆହ୍ଲାବାଦ୍ କୋର୍ଟରେ ସମସ୍ତ ଆବେଦନର ଏକାଠି ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଆଦେଶ ଦେଇ କହିଛନ୍ତି ଯେ, ଆବେଦନକାରୀ ଆହ୍ଲାବାଦ ହାଇକୋର୍ଟର ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଆହ୍ୱାନ କରିଥିଲେ । ହେଲେ ସୁପ୍ରିମକୋର୍ଟ ଉଚ୍ଚ ନ୍ୟାୟାଳୟର ନିଷ୍ପତ୍ତିକୁ କାଏମ୍ ରଖିବା ସହିତ ଆବେଦନକାରୀଙ୍କ ଆବେଦନକୁ ଖାରଜ କରିଛନ୍ତି ।ସୂଚନାଯୋଗ୍ୟ ଯେ, ହିନ୍ଦୁପକ୍ଷ ଉଚ୍ଚ ନ୍ୟାୟାଳୟରେ ଆବେଦନ କରି କହିଥିଲେ ଯେ, ୨୦୨୦ ମସିହା ସେପ୍ଟେମ୍ବର ୨୫ ତାରିଖରେ ମୋକଦ୍ଦମା ଦାୟର କରାଯିବା ପରେ, ୧୩.୩୭ ଏକର ଭୂମିକୁ ନେଇ ଅନ୍ୟ ମୋକଦ୍ଦମା ମଧ୍ୟ ଦାୟର କରାଯାଇଛି । ହାଇକୋର୍ଟ ଏହାପରେ ଆଦେଶ ଦେଇଥିଲେ ଯେ, ଏହି ସମସ୍ତ ମୋକଦ୍ଦମା ସମାନ ପ୍ରକାରର । ତେଣୁ ଏହାର ଶୁଣାଣି ଏକାଠି ହେଉ । ହେଲେ ଏହି ନିଷ୍ପତ୍ତିର ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲେ ମୁସଲିମ୍ ପକ୍ଷ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    70 %
    1.9kmh
    54 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ