Friday, January 24, 2025
23.4 C
Odisha

    ଆପଣ ଖାଦ୍ୟର ସ୍ୱାଦ ଜାଣିପାରୁ ନାହାଁନ୍ତି କି? ଜାଣନ୍ତୁ ଏହା କେଉଁ ରୋଗର ଲକ୍ଷଣ

    ଆଗକୁ ପଢନ୍ତୁ

    ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି । ଏମିତି କେହି ଲୋକ ନାହାଁନ୍ତି ଯାହାକୁକି ଖାଦ୍ୟ ପସନ୍ଦ ହୋଇ ନଥାଏ । ଯଦି ଆମେ ଭରପୂର ଖାଦ୍ୟ ନଖାଇବା ତାହେଲେ ଆମ ଶରୀର ଖରାପ ହେବାକୁ ଲାଗିବ। ଯାହା ଫଳରେ ଆମେ ରୋଗାଗ୍ରସ୍ତ ଦେଖାଯିବା । ଖାଦ୍ୟ ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସବୁ ଜାଣନ୍ତି । ହେଲେ ଏମିତି ଏକ ପରିସ୍ଥିତି ଆସେ ଯେଉଁଥିରେ ଆମେ ଖାଦ୍ୟ ଖାଇଥାନ୍ତି ସତ ହେଲେ ଆମକୁ ଟେଷ୍ଟ କିଛି ଲାଗି ନଥାଏ । ସବୁ ଖାଦ୍ୟରେ କିଛି ନା କିଛି ଟେଷ୍ଟ ମଧ୍ୟ ରହୁଛି । କାହିଁକି ଖାଦ୍ୟର ଟେଷ୍ଟ ଯାଣି ହୁଏନାହିଁ ଆସନ୍ତୁ ଜାଣିବା ।

    ଶରୀରରେ ଅନେକ ପ୍ରକାରର ରୋଗ ରହିଛି ଯାହା ଦ୍ୱାରା ଖାଦ୍ୟର ଟେଷ୍ଟ କିଛି ଜାଣି ହୋଇନଥାଏ ଏବଂ ଶରୀରକୁ ବହୁତ କଷ୍ଟ ମଧ୍ୟ ଦେଇଥାଏ । ଯଦି ଖାଦ୍ୟ ଟେଷ୍ଟ ଲେସ୍‌ ଅଛି ତାହାଲେ ସେ ଖାଦ୍ୟ ଖାଇବାରେ କିଛି ମୂଲ୍ୟ ନଥାଏ । ସାଧାରଣତଃ ସାମାନ୍ୟ ଥଣ୍ଡା ହୋଇଥିଲେ ଖାଦ୍ୟର ଟେଷ୍ଟ ଜାଣି ହୋଇନଥାଏ । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ରୋଗ ବିଷୟରେ ।

    ୧. ଫ୍ଲୁ : ଯେତେବେଳେ କେହି ଫ୍ଲୁ ରେ ପୀଡିତ ହୋଇଥାନ୍ତି, ଠିକ୍‌ ସେହି ସମୟରେ ଖାଦ୍ୟର ଟେଷ୍ଟ ଜାଣିହୋଇ ନଥାଏ । ଏହା ଏକ ସାଧାରଣ ଶାରୀରିକ ସମସ୍ୟା, କିନ୍ତୁ କେତେକ କ୍ଷେତ୍ରରେ ଏହା ଏକ ରୋଗର ଲକ୍ଷଣ ପାଲଟିଥାଏ

    ୨. ଡାଇବେଟିସ୍‌ : ଡାଇବେଟିସ୍‌ ରୋଗୀମାନେ ସାଧାରଣ ଭାବେ ଜିଭ ସ୍ୱାଦରେ ପରିବର୍ତ୍ତନର ସମ୍ମୁଖୀନ ହୁଅନ୍ତି । ସେମାନଙ୍କର ବ୍ଲଡ ଶୁଗାର ସ୍ଥିତି ଜାଣିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

    ୩. ଦାନ୍ତ ସମସ୍ୟା: ଦାନ୍ତ ସମସ୍ୟା ଦ୍ୱାରା ଜିଭ ସ୍ୱାଦ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଜିଙ୍ଗିଭାଇଟସ୍‌, କ୍ୟାବିଟି କିମ୍ବା ପାଟି ସଫା ନହେବା କାରଣରୁ ଏହିପରି ସମସ୍ୟା ଉପୁଜିବା ହେଉଛି ଏକ ସାଧାରଣ କଥା ।

    ୪. ସ୍ନାୟୁ ସମ୍ବନ୍ଧୀୟ ସମସ୍ୟା : ଅନେକ ସ୍ନାୟୁ ସମନ୍ଧୀୟ ସମସ୍ୟା ରହିଛି ଯେପରି- ପାର୍କିନ୍ସନ୍‌ ରୋଗ, ଆଲଜାଇମର ଇତ୍ୟାଦି । ଏହି ସବୁ କାରଣରୁ ମଧ୍ୟ ସ୍ୱାଦର ସମସ୍ୟା ହୋଇଥାଏ ।

    ୫. କାଶ ଏବଂ ଥଣ୍ଡା : ଏହା ତ ସାଧାରଣ କଥା । ଆପଣମାନେ ଜାଣିଥିବେ ଯଦି ଆମକୁ ଥଣ୍ଡା କିମ୍ବା କାଶ ହୁଏ ତେବେ ଆମେ କୌଣସି ପ୍ରକାର ସ୍ୱାଦ ଜାଣି ପାରିନଥାନ୍ତି । ଏହାସହ ଜାହା ଖାଇଲେ ମଧ୍ୟ ପାଟିକୁ ପିତା ଲାଗିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.4 ° C
    23.4 °
    23.4 °
    34 %
    0.3kmh
    25 %
    Fri
    32 °
    Sat
    32 °
    Sun
    31 °
    Mon
    32 °
    Tue
    33 °

    ସମ୍ବନ୍ଧିତ