Friday, December 13, 2024
16.3 C
Odisha

    ଆପଣଙ୍କ ଫେସ୍‌ ଡ୍ରାଏ ହେଉଛି କି? ଫଲୋ କରନ୍ତୁ ଏହି ଟିପ୍ସ

    ଆଗକୁ ପଢନ୍ତୁ

    ସାଧାରଣତଃ ଶୀତ ଦିନରେ ସ୍କିନ୍‌ ଅଧିକ ଡ୍ରାଏ ହୋଇଯାଏ । ସ୍କିନ୍‌ ଡ୍ରାଏକୁ ନେଇ ସମସ୍ତେ ଚିନ୍ତରେ ରହୁଛନ୍ତି । ସ୍କିନ୍‌ ଖରାପ ଦେଖାଗଲେ କଥା ଶରିଲା । କାରଣ ଶରୀରରେ ମୁଖ୍ୟ ଅଂଶ ହେଉଛି ଫେସ୍‌ । ଯଦି ସମାନ୍ୟ ଫେସରେ ଗୋଟିଏ ପିମ୍ପଲ ବାହାରେ ତେବେ ସେଥିପାଇଁ ବହୁତ କିଛି କରିବା ପାଇଁ ପଡେ । ଏହାସହ ଫେସରେ ଟିକେ କିଛି ହେଲେ ତାହା ବହୁତ ଟେନସନ ଦେଇଥାଏ । ବିଶେଷ କରି ଝିଅମାନେ ବହୁତ ହଇରାଣ ହୋଇଥାନ୍ତି । କାହିଁକି ନା ସେ ପ୍ରାୟତଃ ବାହାର ଯାଗାକୁ ବୁଲାବୁଲି ପାଇଁ ଯାଇଥାନ୍ତି । ଯଦି ସେହି ସମୟରେ ଫେସରେ କିଛି ଅସୁବିଧା ହେଲା ତେବେ ସେ ବହୁତ କଷ୍ଟ ପାଇଥାନ୍ତି ଏବଂ ତାଙ୍କୁ ଭଲ ମଧ୍ୟ ଲାଗି ନଥାଏ ।

    ବିଭିନ୍ନ କାରଣରୁ ଫେସ ଡ୍ରାଏ ହୋଇଯାଏ, ହେଲେ ସେଥିପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । ଯଦି ଫେସ୍‌ ଡ୍ରାଏ ହୁଏ ସାଧାରଣ ଭାବରେ ନଜରରେ ଆସେ ଯେ ଶୀତଋତୁ ପାଇଁ ଫେସ୍‌ ଡ୍ରାଏ ହେଉଛି । ସେଥିପାଇଁ ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାରର ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି । ହେଲେ ଜାଣନ୍ତି ନାହିଁ ଯେ ଆହୁରି ବିଭିନ୍ନ କାରଣ ରହିଛି ଯାହା ଦ୍ୱାରା ଫେସ୍‌ ଡ୍ରାଏ ହେଉଛି ।

    ଆପଣମାନେ ଜାଣିଛନ୍ତି କି, ଯେ ଏମିତି କିଛି ଭିଟାମିନ୍‌ ରହିଛି ଯାହାର ଅଭାବରୁ ଫେସ୍‌ ଡ୍ରାଏ ଦେଖାଯାଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଭିଟାମିନ୍‌ ଗୁଡିକ କ’ଣ କ’ଣ ରହିଛି ।

    ଭିଟାମିନ୍‌ ସି’ର ଅଭାବ :
    ଆପଣମାନେ ଜାଣିଛନ୍ତି କି ଭିଟାମିନ୍‌ ସି’ ଯଦି ଶରୀରରେ ଭରପୂର ମାତ୍ରାରେ ରହିଥାଏ ତେବେ ଆମ ଫେସ୍‌ ଗ୍ଲୋ କରିଥାଏ ଏବଂ ବହୁତ ସମୟ ଧରି ତ୍ୱାଚ୍ଚା ଚମକିଥାଏ । କିନ୍ତୁ ଯଦି ଶରୀରରେ ଭିଟାମିନ୍‌ ସି’ ଅଭାବ ହୋଇଯାଏ ତାହାଲେ ଫେସ୍‌ ଡ୍ରାଏ ହୋଇଯିବା ସହ କୁଞ୍ଚନ ମଧ୍ୟ ସୃଷ୍ଟି ହୋଇଥାଏ ।

    ଭିଟାମିନ୍‌ ଡି’ର ଅଭାବ :
    ସାଧାରଣତଃ ଆପଣମାନେ ଜାଣିଥିବେ ଯେ ସୂର୍ଯ୍ୟ କିରଣରୁ ଭିଟାମିନ୍‌ ଡି’ ମିଳିଥାଏ । ହେଲେ ଶୀତଋତୁରେ ଆମ ଶରୀରରେ ସୂର୍ଯ୍ୟ କିରଣ କମ୍‌ ହୋଇଥାଏ ଯାହା ଫଳରେ ଭିଟାମିନ୍‌ ଡି’ ଅଭାବ ଦେଖାଦେଇଥାଏ । ଏହାସହ ଫେସର ଡ୍ରାଏନେସ୍‌ ଅଧିକ ହୋଇଥାଏ ଏବଂ ଅନେକ ପ୍ରକାରର ରୋଗ ମଧ୍ୟ ହୋଇଥାଏ ।

    ଏହି ସବୁ ଅଭାବକୁ କିପରି ଦୂର କରିବେ?

    ଭିଟାମିନ୍‌ ସି’ ର ଅଭାବକୁ ଦୂର କରିବା ପାଇଁ ଆପଣ କମଳା, ଆମଲା, ବ୍ରୋକୋଲି, ଟମାଟୋ ଏବଂ କିସମିସ୍‌ ପରି ଖାଦ୍ୟକୁ ଭରପୂର ମାତ୍ରାରେ ଖାଆନ୍ତୁ । ଯଦି ଆପଣଙ୍କର ଭିଟାମିନ୍‌ ଡି’ର ଅଭାବ ରହୁଛି ତେବେ, ସର୍ବପ୍ରଥମେ ସୂର୍ଯ୍ୟ କିରଣରେ ବସିବା ଏହାସହ କଦଳୀ, ଅମୃତଭଣ୍ଡା ଏବଂ କମଳା ଖାଇବା ଆରମ୍ଭ କରନ୍ତୁ । ଖାଲି ଏତିକି ନୁହେଁ କ୍ଷୀର, ଦହି, ବାଦାମ, ମସରୁମ୍‌ ଏବଂ ବୋଇତାଳୁ ଇତ୍ୟାଦି ଖାଇଲେ ମଧ୍ୟ ଭିଟାମିନ୍‌ ଡି’ ର ଅଭାବ ଦୂର ହେବ ।

    ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଫେସ୍‌ ଗ୍ଲୋ କରୁ ତେବେ ଏହି ଭିଟାମିିନଗୁଡିକ ଉପରେ ଧ୍ୟନ ଦିଅନ୍ତୁ । ଦେଖିବେ ଆପଣଙ୍କ ରେଜଲ୍ଟ ବହୁତ ଶୀଘ୍ର ମିଳିଯିବ ।state

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    16.3 ° C
    16.3 °
    16.3 °
    52 %
    0.9kmh
    100 %
    Fri
    26 °
    Sat
    26 °
    Sun
    26 °
    Mon
    27 °
    Tue
    28 °

    ସମ୍ବନ୍ଧିତ