Thursday, October 15, 2026
23.2 C
Odisha

    ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ ହେଲେ ଦାୟୀ ରହିବେ ପ୍ରଧାନଶିକ୍ଷକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମାଟ୍ରିକ ପ୍ରଶ୍ନପତ୍ର ଲିକ କିମ୍ବା ଭାଇରାଲ ହେଲେ ସମ୍ପୃକ୍ତ ସ୍କୁଲ ପ୍ରଧାନଶିକ୍ଷକ ହିଁ ଦାୟୀ ରହିବେ। ଏପରି ଅନେକ କିଛି ସଂସ୍କାର ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପଞ୍ଚମ ବ୍ଲକ ସ୍ତରୀୟ ମାସିକ ଆଲୋଚନା କାର୍ଯ୍ୟକ୍ରମରେ ଅବଗତ କରିବା ସହ ଏକ ଲେଖା ବି ପ୍ରକାଶ ପାଇଛି। ଦିନ କେଇଟା ପରେ ମାଟ୍ରିକ୍ ପରୀକ୍ଷା ତା’ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
    ଯଦି କୌଣସି ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନଜରକୁ ଆସେ ତାହାହେଲେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ଏଥିପାଇଁ ଦାୟୀ ରହିବେ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ପରୀକ୍ଷା ଚାଲିଥିବା ସମୟରେ ପରୀକ୍ଷା କେନ୍ଦ୍ର ପରିଚାଳକଙ୍କ ବ୍ୟତୀତ ଅନ୍ୟ କେହି କେନ୍ଦ୍ର ଭିତରକୁ ମୋବାଇଲ୍ ନେଇପାରିବେ ନାହିଁ। ମୋବାଇଲ୍ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସେହିପରି ପ୍ରଶ୍ନପତ୍ର ଥିବା ଆଲମାରିର ଚାବିକାଠି କେବଳ କେନ୍ଦ୍ର କୌଣସି ପ୍ୟାକେଟ୍ କିମ୍ବା କାଗଜପତ୍ର ଯାଞ୍ଚ କରିବାକୁ ଦେବା ପୂର୍ବରୁ ସମ୍ପୃକ୍ତ ଅଧିକାରୀଙ୍କ ପରିଚୟ ସମ୍ପର୍କରେ ପରିଚାଳକ ଭଲ ଭାବେ ଜାଣିଥିବା ଆବଶ୍ୟକ। ଅଚିହ୍ନା ବ୍ୟକ୍ତିକୁ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ଲାଗି ଅନୁମତି ନ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.2 ° C
    23.2 °
    23.2 °
    96 %
    1.7kmh
    24 %
    Thu
    23 °
    Fri
    29 °
    Sat
    28 °
    Sun
    27 °
    Mon
    30 °

    ସମ୍ବନ୍ଧିତ