Tuesday, September 29, 2026
23.6 C
Odisha

    ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରାଙ୍କ ନାମରେ ଥାନାରେ ଅଭିଯୋଗ

    ଆଗକୁ ପଢନ୍ତୁ

    ଅନ୍ତର୍ଜାତୀୟ ପ୍ରେରଣାଦାୟୀ ପ୍ରବକ୍ତା ବା ମୋଟିଭେସନାଲ ସ୍ପିକଟର ବିବେକ ବିନ୍ଦ୍ରାଙ୍କ ବିରୋଧରେ ତାଙ୍କ ପତ୍ନୀ ଏକ ମାମଲା ରୁଜୁ କରିଛନ୍ତି । ପତ୍ନୀ ଅଭିଯୋଗ କରିଛନ୍ତି କି, ବିବେକ ବିନ୍ଦ୍ରା ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ବିବେକ ବିନ୍ଦ୍ରା ଜଣେ ୟୁଟ୍ୟୁବର ସହ ଜଣେ ବଡ ବ୍ୟବସାୟୀ ମଧ୍ୟ । ୨୦୨୩ ଡିସେମ୍ବର ୬ ତାରିଖରେ ସେ ୟାନିକାଙ୍କୁ ବିବାହ କରିଥିଲେ । ହେଲେ ବାହାଘରର ୧୪ ଦିନ ପରେ ପତ୍ନୀ ୟାନିକା ତାଙ୍କ ବିରୋଧରେ ମାଡପିଟ ଅଭିଯୋଗ ଆଣି ଥାନାରେ ମାମଲା ରୁଜୁ କରିଛନ୍ତି । ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଡ.ବିବେକ ନିଜକୁ ଜଣେ ବ୍ୟବସାୟ ଗୁରୁ ଭାବେ ପ୍ରତିପାଦନ କରନ୍ତି ।

    ବିବେକ ବିନ୍ଦ୍ରାଙ୍କ ଶଳା ବୈଭବ କବାତ୍ରା ନୋଏଡା ଥାନା ସେକ୍ଟର ୨୬ ରେ ଅଭିଯୋଗ କରିଛନ୍ତି । ସେ ଲେଖିଛନ୍ତି କି, ତାଙ୍କ ଭଉଣୀଙ୍କ ବାହାଘର ଡିସେମ୍ବର ୬ ତାରିଖରେ ଲଲିତ ମାନଗର ହୋଟେଲରେ ବିବେକଙ୍କ ସହ ହୋଇଥିଲା । ହେଲେ ବାହାଘର ପରେ ବିବେକ ୟାନିକାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ଏହାସହ ବିବେକ ୟାନିକାଙ୍କୁ ମାରପିଟ୍ କରୁଥିବାର ଏକ ଭିଡିଓ ମଧ୍ୟ ଥାନାରେ ଦାଖଲ କରିଛନ୍ତି ବୈଭବ ।

    ବୈଭବ ତାଙ୍କ ଅଭିଯୋଗରେ ଲେଖିଛନ୍ତି କି ବିବେକ ୟାନିକଙ୍କୁ ଏତେ ମାଡ ମାରିଛନ୍ତି କି, ତାଙ୍କ କାନକୁ ଶୁଣାଯାଉନାହିଁ । ଏବେ ୟାନିକାଙ୍କର ଚିକିତ୍ସା ଦିଲ୍ଲୀ ସ୍ଥିତ କୈଲାଶ ହସ୍ପିଟାଲରେ ଚାଲୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ