Saturday, July 27, 2024
24.6 C
Odisha

    ଆଉ ୬ ମାସ ବଢିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବଢ଼ିଲା। ଆଉ ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୨୦୨୪ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଗତ ମାର୍ଚ୍ଚ ମାସ ୧ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ ପ୍ରଦୀପ। ଚଳିତ ମାସ ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ସରୁଥିଲା। ତେବେ ଏହାପୂର୍ବରୁ ଆଉ ୬ ମାସ ଯାଏଁ ବଢାଯାଇଛି ତାଙ୍କ କାର୍ଯ୍ୟକାଳ। ୧୯୮୯ ବ୍ୟାଚ IAS ଅଫିସର ପ୍ରଦୀପ କୁମାର ଜେନା । ୧୯୯୧ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ପ୍ରଦୀପ । ପରେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାପାଳ ମଧ୍ୟ ହୋଇଥିଲେ । ବିଭିନ୍ନ କ୍ଷେତ୍ରରେ ତାଙ୍କର ସଫଳତା ପାଇଁ ତୃଣମୂଳ ସ୍ତରରୁ ପ୍ରଶଂସା ପାଇଛନ୍ତି ପ୍ରଦୀପ। କଟକ ଜିଲ୍ଲାପାଳ ଥିବା ବେଳେ ୧୯୯୯ ମସିହାରେ ବାତ୍ୟା ପରିଚାଳନାରେ ଦକ୍ଷତା ପ୍ରତିପାଦନ କରିଥିବା ବେଳେ ରାଜ୍ୟ ଓ ଜାତୀୟ ସ୍ତରରୁ ପ୍ରଶଂସା ପାଇଥିଲେ । ଶକ୍ତି ବିଭାଗର ସଚିବ ଥିବା ବେଳେ ଫାଇଲିନ ବାତ୍ୟାରେ ଗଞ୍ଜାମରେ ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ବିଗିଡିଯାଇଥିଲା। ସେଠାରେ ତୁରନ୍ତ ପୂର୍ବସ୍ଥିତିକୁ ଫେରିବାରେ ପ୍ରଦୀପ ଜେନାଙ୍କ ମୁଖ୍ୟ ଭୂମିକା ଥିଲା। ଗୋଟିଏ ସମୟରେ ବାଣିଜ୍ୟ କମିଶନର ଓ ରାଜ୍ୟ ପରିବହନ କମିଶନର ଭାବେ ଦାୟିତ୍ବ ପରିବହନ କରିଥିଲେ। ଓଡ଼ିଶା ଆର୍ଥିକ ଭାବେ ଦୁର୍ବଳ ଥିବା ସମୟରେ ଶ୍ରୀ ଜେନା ଉଲ୍ଲେଖନୀୟ କାମ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ