Monday, September 28, 2026
22.5 C
Odisha

    ପରିବା ଦର କମିବାର ନାଁ ଧରୁନି, ପଚାଶ ଉପରେ ପ୍ରାୟ ପରିବା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମାର୍ଗଶୀର ସରି ପୁଷମାସ ଆରମ୍ଭ ହେଲାଣି । କିନ୍ତୁ ବଜାରରେ ଏବେ ବି କୌଣସି ପରିବା ୫୦ ଟଙ୍କାରୁ କମ ନୁହଁ । ବଜାରରେ ଫୁଲକୋବି ୫୦ଟଙ୍କାରୁ କମ ନାହିଁ, ବନ୍ଧାକୋବି ମଧ୍ୟ ଉଚ୍ଚ ଦରରେ ଥିବା ବେଳେ ବିନ ୮୦, ପୋଟଳ ୬୦, ବାଇଗଣ ୫୦ ରୁ ୬୦, ଛୁଇଁ ୧୦୦, ଟମାଟ ୩୦ ରୁ ୪୦, ଫଳକୋବି ୫, କ୍ୟାପଶିକମ ୧୦୦, ଭେଣ୍ଡି ୬୦ ଟଙ୍କା ଦରରେ ବିକ୍ରି ହେଉଛି । ବଜାରକୁ ଆସିଲେ ୫୦୦ ଟଙ୍କାରରେ ମଧ୍ୟ ବ୍ୟାଗ ପୂର୍ଣ୍ଣ ହେଉନାହିଁ । ଶୀତ ଦିନରେ ଭଲ ପରିବା କମ ଦରରେ ମିଳିବା କଥା । କିନ୍ତୁ ବଜାରରେ ପରିବା ରହିଛି ସତ ଦର କମ ନୁହଁ । ବଜାରକୁ ପ୍ରତିଦିନ ଟନ ଟନ ପରିବା ଆସୁଛି । କିନ୍ତୁ ବ୍ୟବସାୟୀଙ୍କୁ ମଧ୍ୟ ଉଚ୍ଚ ଦରରେ ପରିବା କିଣିବାକୁ ପଡୁଛି, ଯାହାଫଳରେ ସେମାନେ ମଧ୍ୟ ଉଚ୍ଚ ଦରରେ ବିକ୍ରି କରୁଛନ୍ତି । ଚଳିତ ବର୍ଷ ଅଦିନିଆ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଛି । ଯେତିକି ଅମଳ ହେଉଛି ଚାଷୀ ମଧ୍ୟ ଅଧିକ ଦରରେ ବିକ୍ରି କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.5 ° C
    22.5 °
    22.5 °
    91 %
    1.4kmh
    14 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ