Tuesday, March 17, 2026
24.7 C
Odisha

    ଟଙ୍କା ଚୋରି ସନ୍ଦେହରେ ସାଙ୍ଗକୁ ହତ୍ୟା

    ଆଗକୁ ପଢନ୍ତୁ

    ହିଞ୍ଜିଳିକାଟୁ: ବିଶ୍ବାସ ଟିକକ ହରାଇଦେଲେ ଜଣେ କିଭଳି ନିଜର ଅନ୍ତରଙ୍ଗ ସାଙ୍ଗକୁ ବି ବିଷ ଚକ୍ଷୁରେ ଦେଖେ, ଏତେ ନୃଶଂସ ହୋଇପଡ଼େ ଯେ ଜୀବନ ନେବାକୁ ବି ପଛାଏ ନାହିଁ, ଏଭଳି ଏକ ବୀଭତ୍ସ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଗଣ୍ଡଳା ଗ୍ରାମରେ ଘଟିଛି। ଟଙ୍କା ଚୋରି କରିଥିବା ସନ୍ଦେହରେ ସାଙ୍ଗକୁ ହତ୍ୟା କରିଦେଇଛି ସାଙ୍ଗ। ବିଜୟ ପାଣିଗ୍ରାହୀ (୩୩)ଙ୍କୁ ତାଙ୍କ ସାଙ୍ଗ ତଥା ସେହି ଗ୍ରାମର ରାମକୃଷ୍ଣ ସାହୁ (୪୬) ଏକ ହାତକୋଡ଼ି ବେଣ୍ଟରେ ପିଟି ହତ୍ୟା କରିଛି। ଏ ନେଇ କେସ୍ ନମ୍ବର ୩୯/୨୪‌ରେ ମାମଲା ରୁଜୁ ସହ ଅଭିଯୁକ୍ତ ରାମକୃଷ୍ଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳିକାଟୁ ଥାନାଧିକାରୀ ଶ୍ରୀନିବାସ ସେଠୀ ସୂଚନା ଦେଇଛନ୍ତି।

    ଅଭିଯୁକ୍ତ ରାମକୃଷ୍ଣ ଓ ମୃତକ ବିଜୟ ଦୁଇ ଅନ୍ତରଙ୍ଗ ସାଙ୍ଗ। ଉଭୟଙ୍କ ପରିବାର ଲୋକଙ୍କର ମଧ୍ୟ ପରସ୍ପର ଘରକୁ ଯିବାଆସିବା ଲାଗି ରହିଥିଲା। କିଛିଦିନ ତଳେ ରାମକୃଷ୍ଣର ଘରୁ ୬୦୦୦ ଟଙ୍କା ଚୋରି ହୋଇ ଯାଇଥିଲା। ସେ ସାଙ୍ଗ ବିଜୟଙ୍କ ଉପରେ ସନ୍ଦେହ କରିଥିଲା। ସନ୍ଦେହ କ୍ରମେ ବଢ଼ି ଚାଲିଲା। ଗତକାଲି ବିଳମ୍ବିତ ରାତିରେ ଗ୍ରାମ ମଝିସାହିର ବାସିନ୍ଦା ବିଜୟଙ୍କୁ ରାମକୃଷ୍ଣ ତା’ ଘରକୁ ଡାକି ଚୋରି ଟଙ୍କା ଦେବାକୁ କହିଥିଲା। କିନ୍ତୁ ବିଜୟ ଚୋରି କରି ନଥିବା କହିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ରାମକୃଷ୍ଣ ଉତ୍‌କ୍ଷିପ୍ତ ହୋଇ କୋଡ଼ି ବେଣ୍ଟରେ ବିଜୟଙ୍କ ମୁଣ୍ଡକୁ ବାରମ୍ବାର ଆଘାତ ଦେବାରୁ ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ।
    ଆଜି ଭୋର୍ ୪ଟାରେ ଆସିକା ଏସଡିପିଓ ଉମାଶଙ୍କର ସିଂ ଓ ହିଞ୍ଜିଳି ଥାନାଧିକାରୀ ଶ୍ରୀନିବାସ ସେଠୀ ସଦଳବଳେ ଗ୍ରା‌ମରେ ପହଞ୍ଚି ତଦନ୍ତ କରିଥିଲେ। ମୃତକଙ୍କ ବାପା ସାହେବ ପାଣିଗ୍ରାହୀଙ୍କ ଏତଲା କ୍ରମେ ମାମଲା ରୁଜୁ ସହ ଅଭିଯୁକ୍ତ ରାମକୃଷ୍ଣକୁ ଗିରଫ କରାଯାଇଛି। ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.7 ° C
    24.7 °
    24.7 °
    54 %
    5.2kmh
    39 %
    Tue
    26 °
    Wed
    35 °
    Thu
    36 °
    Fri
    35 °
    Sat
    34 °

    ସମ୍ବନ୍ଧିତ