Saturday, July 27, 2024
24.6 C
Odisha

    ନମିତା ଅଗ୍ରୱାଲଙ୍କ ଓଡ଼ିଆ ରାମ ଭଜନର ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବ। ସମସ୍ତେ ସେହି ଦିନକୁ ଅପେକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦେଶର ବିଶିଷ୍ଟ କଣ୍ଠଶିଳ୍ପୀ ଓ ସଙ୍ଗୀତଜ୍ଞମାନେ ପ୍ରଭୁ ଶ୍ରୀରାମଙ୍କ ଉପରେ ଭଜନ, ଜଣାଣ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ଛାଡ଼ୁଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ବିଭିନ୍ନ ଭାଷାରେ ପ୍ରସ୍ତୁତ ରାମ ଭଜନର ୟୁଟ୍ୟୁବ୍‌ ଲିଙ୍କ୍‌ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି । ଏହିକ୍ରମରେ ନମିତା ଅଗ୍ରୱାଲଙ୍କ ଗୀତକୁ ବି ଛାଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗୀତିଟିର ଶୀର୍ଷକଟି ହେଉଛି – ‘ସାରା ଅଯୋଧ୍ୟା ନଗରୀ ନାଚେ ସଜେଇ ହୋଇ ପ୍ରଭୁ ରାମଙ୍କୁ ପାଇ ’ । ଓଡ଼ିଆ ଭାଷାରେ ପ୍ରସ୍ତୁତ ଏହି ଗୀତଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପସନ୍ଦ ଆସିଛି । ସେ ଗୀତର ଉଚ୍ଚ ପ୍ରଶଂସା କରିଛନ୍ତି । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଗୀତଟିକୁ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି, ‘ଭାରତର ପ୍ରତ୍ୟେକ ଭାଗରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତି ଅଛି । ପ୍ରତ୍ୟେକ ଭାଷାରେ ଆପଣ ତାଙ୍କ ପାଇଁ ଉତ୍ସର୍ଗୀକୃତ ଅନେକ ଭଜନ ପାଇବେ । ଓଡ଼ିଆରେ ଏହିପରି ଗୋଟିଏ ପ୍ରୟାସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ