Monday, April 13, 2026
33 C
Odisha

    କୋଭିଡ ଟିକା ପ୍ରମାଣପତ୍ରରୁ ମୋଦୀଙ୍କ ଫଟୋ ଉଭେଇ ଯିବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସ୍ପଷ୍ଟୀକରଣ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ କୋଭିଡ ଟୀକାକରଣ ପ୍ରମାଣପତ୍ରରୁ ହଟାଇ ଦିଆଯାଇଛି। କରୋନା ମହାମାରୀ ସମୟରେ ଟୀକାକରଣ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା କୋୱିନ ସାର୍ଟିଫିକେଟ ମିଳୁଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିଲା । ହେଲେ ଏବେ ସେହି ପ୍ରମାଣପତ୍ରରୁ ମୋଦୀଙ୍କ ଫଟୋ ହଟାଇ ଦିଆଯାଇଛି`ବ୍ରିଟେନ ଅଦାଲତରେ କୋଭିସିଲ୍ଡ ଭ୍ୟାକ୍ସିନ ନିର୍ମାତା କମ୍ପାନି ଆଷ୍ଟ୍ରେଜେନିକା ଏହି ଭ୍ୟାକ୍ସିନର ପାର୍ଶ୍ବ ପ୍ରତିକ୍ରିୟା ବିଷୟ ସ୍ବୀକାର କରିବା ପରଠୁ ଭାରତରେ କୋଭିସିଲ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ସନ୍ଦୀପ ମନୁଧୋନେ ନାମକ ଜଣେ ପୂର୍ବତନ ଏକ୍ସ ବ୍ୟବହାରକାରୀ ତାଙ୍କ କୋଭିଡ ଟିକା ପ୍ରମାଣପତ୍ରର ଫଟୋ ସେୟାର କରି କହିଛନ୍ତି, ଏଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ହଟାଇ ଦିଆଯାଇଛି`

    ସନ୍ଦୀପ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ମୋଦୀ ଜି କୋଭିଡ ଟିକା ପ୍ରମାଣପତ୍ରରେ ଆଉ ଦେଖାଯାଉ ନାହାଁନ୍ତି। ଏହାକୁ ଯାଞ୍ଚ କରିବା ପାଇଁ ଟିକା ପ୍ରମାଣପତ୍ର ଡାଉନଲୋଡ୍ କଲି ଏବଂ ଦେଖିବାକୁ ପାଇଲି ଏଥିରୁ ମୋଦୀଙ୍କ ଫ‌ଟୋ କେଉଁଆଡେ ଉଭେଇ ଯାଇଛି।#

    ସନ୍ଦୀପଙ୍କ ଏଭଳି ‌ପୋଷ୍ଟ ପରେ ପ୍ରଶ୍ନ ଉଠୁଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ କୋଭିଡ ସାର୍ଟିଫିକେଟରୁ କାହିଁକି ହଟାଇ ଦିଆଯାଇଛି?ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଅଧିକାରୀମାନେ କହିଛନ୍ତି, ଯେ ଲୋକସଭା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ଟୀକାକରଣ ପ୍ରମାଣପତ୍ରରୁ ହଟାଇ ଦିଆଯାଇଛି।

    ସନ୍ଦୀପ ମନୁଧୋନେ ମଧ୍ୟ ନିଜ ଟ୍ୱିଟରେ ସମାନ କଥା କହିଛନ୍ତି। ଲୋକସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯାଇଛି। ସମ୍ପ୍ରତି ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଛି, ଯାହା ନିର୍ବାଚନ ସମାପ୍ତ ହେବା ପରେ ହିଁ ଶେଷ ହେବ।

    ତେବେ ଏହା ପ୍ରଥମ ଘଟଣା ନୁହେଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ୨୦୨୨ ମସିହାରେ ଗୋଆ, ମଣିପୁର, ଉତ୍ତରପ୍ରଦେଶ, ପଞ୍ଜାବ ସମେତ ଅନେକ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ମଧ୍ୟ ପ୍ରମାଣପତ୍ରରୁ ହଟା ଦିଆଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33 ° C
    33 °
    33 °
    17 %
    1.6kmh
    0 %
    Mon
    36 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ