Sunday, September 27, 2026
23.6 C
Odisha

    ସରଣ୍ଡାରେ ନକ୍ସଲବିରୋଧୀ ଅଭିଯାନ: ବିସ୍ଫୋରକସାମଗ୍ରୀ ଉଦ୍ଧାର

    ଆଗକୁ ପଢନ୍ତୁ

    ବିଶ୍ରା: ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାରେ ସୁରକ୍ଷାବାହିନୀ ପକ୍ଷରୁ ନକ୍ସଲବିରୋଧୀ ଅଭିଯାନ ଜାରିରହିଛି। ସୁରକ୍ଷାବାହିନୀ ନକ୍ସଲଙ୍କ କ୍ୟାମ୍ପରେ ପ୍ରବେଶକରି ବିପୁଳ ବିସ୍ଫୋରକ ପଦାର୍ଥ ଜବତ କରିଛି। ସରଣ୍ଡାର ସରୋଜୋମରୁ ଓ ପ୍ରଭଙ୍ଗହାଟ ମଧ୍ୟରେ ଥିବା ଜଙ୍ଗଲପାହାଡ଼ ଅଞ୍ଚଳରେ ଏଥର ସଫଳତା ହାସଲ କରିଛି ସୁରକ୍ଷାବାହିନୀ। ଏଠାରେ ନକ୍ସଲବିରୋଧୀ ଅଭିଯାନବେଳେ ପୁଲିସ ଓ ସିଆର୍‌ପିଏଫ୍‌ ଯବାନମାନେ ନକ୍ସଲଙ୍କ ଦ୍ଵାରା ଲଗାଯାଇଥିବା ୪ଟି ଲ୍ୟାଣ୍ଡମାଇନ୍‌, ଦୁଇଟି ହ୍ୟାଣ୍ଡଗ୍ରେନେଡ୍‌ ଏବଂ ଦୁଇଟି ଡିଟୋନେଟର ଉଦ୍ଧାର କରିଛନ୍ତି। ଜଙ୍ଗଲରେ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌ ସହାୟତାରେ ଏହି ବିସ୍ଫୋରକସାମଗ୍ରୀ ଜବତ କରିବା ପରେ ନଷ୍ଟ କରି ଦିଆଯାଇଛି। ଗୋଇନ୍ଦାସୂଚନାକୁ ଆଧାରକରି ସୁରକ୍ଷାବାହିନୀ ନକ୍ସଲଙ୍କ ଏହି ଷଡ଼୍‌ଯନ୍ତ୍ରକୁ ପଣ୍ଡ କରିଦେଇଛି। ଏହି ଅଞ୍ଚଳରେ ସୁରକ୍ଷାବାହିନୀ ଦ୍ୱାରା ନକ୍ସଲବିରୋଧୀ ଅଭିଯାନ ଚାଲିଛି ଓ ଆଗାମୀଦିନରେ ମଧ୍ୟ ଜାରିରହିବ ବୋଲି ପଶ୍ଚିମ ସିଂହଭୂମ ଏସ୍‌ପି ଆଶୁତୋଷ ଶେଖର କହିଛନ୍ତି। ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ କିଛିମାସ ଧରି ସରଣ୍ଡା ଜଙ୍ଗଲରେ ବହୁ ବଡ଼ ନକ୍ସଲନେତା ଆତ୍ମଗୋପନ କରିରହିଛନ୍ତି। ନିର୍ବାଚନବେଳେ ସେମାନଙ୍କ ଦ୍ବାରା ଯେମିତି କିଛି ଅଘଟଣ ନ ଘଟେ ସେଥିପାଇଁ ସୁରକ୍ଷାବାହିନୀ ନକ୍ସଲବିରୋଧୀ ଅଭିଯାନକୁ ଆହୁରି ଜୋରଦାର କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    89 %
    1.4kmh
    2 %
    Sun
    24 °
    Mon
    30 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ