Saturday, October 3, 2026
30.8 C
Odisha

    କୋଭିଡ୍‌ର ନୂଆ ଭାରିଏଣ୍ଟ ଯଦିଓ ବ୍ୟାପିଛି, କିନ୍ତୁ ସାଙ୍ଘାତିକ ହେଉନାହିଁ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର କହିଛନ୍ତି, ଗତ ୧୫ ଦିନ ଭିତରେ କୋଭିଡ଼ରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ସାରା ଦେଶରେ ବଢ଼ିଛି। ୫ଟି ରାଜ୍ୟରୁ ୯୮% ରୋଗୀ ଅଧିକ ରହିଛି । ଏଥିରେ ୮୮ ପ୍ରତିଶତ କେବଳ କେରଳରୁ ସାମିଲ ଅଛନ୍ତି। ନୂଆ ଭାରିଏଣ୍ଟ ଜେଏନ୍‌.୧ ଯଦିଓ ବ୍ୟାପିଛି କିନ୍ତୁ ସାଙ୍ଘାତିକ ହେଉନାହିଁ । ସାଧାରଣ ଇନଫ୍ଲୁଏଞ୍ଜା ଭଲି ଥଣ୍ଡା, କାଶ, ଜ୍ଵର ରହୁଛି । କିନ୍ତୁ ରାଜ୍ୟରେ ଗତ ଡିସେମ୍ବର ୩ ତାରିଖ ଠାରୁ କୋଭିଡର ଗୋଟିଏ ହେଲେ କେସ ଆସିନାହିଁ । ଅର୍ଥାତ୍ ରାଜ୍ୟରେ କୋଭିଡ୍ ସଂଖ୍ୟା ଶୂନ।
    ଶ୍ରୀ ମିଶ୍ର କହିଛନ୍ତି ଯେ, କେନ୍ଦ୍ରରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଲର୍ଟ ରହିବା ପାଇଁ କୁହାଯାଇଛି। ଆଗାମୀ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି। ଏଣୁ ଜିଲ୍ଲା ଚିକିତ୍ସାଳୟମାନଙ୍କୁ କୁହାଯାଇଛି ଯେ ସର୍ଭେଲାନ୍ସ ବଢାଇବେ। କୋଭିଡ ଟେଷ୍ଟ ବଢେଇବେ। ଫିଭର୍ କ୍ଲିନିକ୍ ଚଳାଇବେ । କୋଭିଡ୍ କେସ ଯଦି ବଢେ ତା ପାଇଁ ସମସ୍ତ ପ୍ରକାଶ ପ୍ରସ୍ତୁତି ଏବେ ଠାରୁ କରି ରଖିବେ । ଔଷଧ, ଲଜିଷ୍ଟିକ, ଟେଷ୍ଟ କିଟ୍, ବେଡ୍, ଅକ୍ସିଜେନ୍, ଇକୋ ସିଷ୍ଟମ ସହ ଯାହା ଆବଶ୍ୟକ ଜିନିଷ ରଖିବେ। ଏହା ସହିତ ପ୍ରତି ୩ ମାସରେ ଥରେ ମକ ଡ୍ରିଲ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି। ଲୋକଙ୍କୁ ସଚେତନ କରିବା ପାଇଁ କୁହାଯାଇଛି । କିନ୍ତୁ ଭୟ ବା ଆତଙ୍କିତ ହେବାର ଆବଶ୍ୟକତା ନାହିଁ। ଲୋକଙ୍କୁ ନିବେଦନ ରହିବ କୋଭିଡ ନିୟମ ଅନୁପାଳନ କରିବାକୁ। ଥଣ୍ଡା, କାଶ, ଜ୍ଵର ହେଲେ ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ। ବୟସ୍କ ଓ ବହୁରୋଗର ଶିକାର ଥିବା ବ୍ୟକ୍ତିମାନେ ମାସ୍କ ବ୍ୟବହାର କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    54 %
    2.9kmh
    5 %
    Sat
    31 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ