Wednesday, March 18, 2026
23.6 C
Odisha

    ବିଜେପି ଛାଡିଲେ ନୀଳଗିରି ବିଧାୟକ

    ଆଗକୁ ପଢନ୍ତୁ

    ବିଜେପି ଛାଡିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ରାଜ୍ୟ ବିଜେପି ସଭାପତିଙ୍କୁ ନିଜ ଇସ୍ତଫାପତ୍ର ପଠାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୁକାନ୍ତ । ଏହାପୂର୍ବରୁ ୨୦୧୯ରେ ବିଜେପି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁକାନ୍ତ । ଏହାପୂର୍ବରୁ ୨୦୧୪ରେ ବିଜେଡି ଟିକେଟରୁ ମଧ୍ୟ ବିଧାୟକ ହୋଇଥିଲେ ସୁକାନ୍ତ । କିନ୍ତୁ ୨୦୧୯ରେ ଦଳ ଟିକେଟ ନ ଦେବାରୁ ବିଜେପିରେ ସାମିଲ ହୋଇ ଲଢିବା ସହ ବିଧାୟକ ହୋଇଥିଲେ ସୁକାନ୍ତ ।ବିଜେପିରୁ ଇସ୍ତଫା ଦେବା ପରେ ସୁକାନ୍ତ ପୁଣିଥରେ ବିଜେଡି ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯେହେତୁ ପୂର୍ବରୁ ବିଜେଡିରୁ ସୁକାନ୍ତ ବିଧାୟକ ରହି ସାରିଛନ୍ତି ତେଣୁ ସେ ପୁଣିଥରେ ବିଜେଡିକୁ ଘରବାହୁଡା କରିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହାପୂର୍ବରୁ ବିଜେଡି ଘୋଷଣା କରିଥିବା ବିଧାୟକ ପ୍ରାର୍ଥୀ ତାଲିକାରେ ନୀଳଗିରି ନଥିଲା । ତେଣୁ ବିଜେଡିରେ ସାମିଲ ହେଲେ ନୀଳଗିରିରୁ ସୁକାନ୍ତଙ୍କୁ ପ୍ରାର୍ଥୀ କରିପାରେ ଦଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.6 ° C
    23.6 °
    23.6 °
    50 %
    2.1kmh
    72 %
    Tue
    25 °
    Wed
    35 °
    Thu
    35 °
    Fri
    36 °
    Sat
    34 °

    ସମ୍ବନ୍ଧିତ