Tuesday, October 13, 2026
24.3 C
Odisha

    ଭାଣେଜୀ ଅଲିଜେହଙ୍କୁ କେବେ ମୋ ଜୀବନ ଉପରେ ବହି ଲେଖିବାକୁ ଦେବି ନାହିଁ: ସଲମାନ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଭାଣେଜୀ ଅଲିଜେହଙ୍କୁ କେବେ ନିଜ ଜୀବନ ଉପରେ ବହି ଲେଖିବାକୁ ଦେବେ ନାହିଁ ସଲମାନ। ନିକଟରେ ଦୁବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବଲିଉଡ ସୁପରଷ୍ଟାର ସଲମାନ ଖାନ ଏଭଳି କହିଛନ୍ତି। ସେ ତାଙ୍କ ଭାଣେଜୀ ଅଲିଜେହ ଅଗ୍ନିହୋତ୍ରୀଙ୍କ ସହ ଏକ ଆୱାର୍ଡ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ‘ଫରେ’ ଅଭିନେତ୍ରୀ ଅଲିଜେହଙ୍କ ଅଭିନୟକୁ ପ୍ରଶଂସା କରାଯିବା ସହ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ଚମତ୍କାର ଡେବ୍ୟୁ ପାଇଁ ତାଙ୍କୁ ପୁରସ୍କାର ମଧ୍ୟ ଦିଆଯାଇଥିଲା। ଏହି ସମୟରେ ସଲମାନ ଖାନ ପ୍ରକାଶ କରିଥିଲେ ଯେ, ସେ ତାଙ୍କ ଭାଣେଜୀଙ୍କୁ ତାଙ୍କ ଉପରେ କେବେ ବି ବହି ଲେଖିବାକୁ ଦେବେ ନାହିଁ।
    ସୋ’ର ଉପସ୍ଥାପିକା ସୋଫି ଚୌଧୁରୀ ଅଲିଜେହଙ୍କୁ ପ୍ରଶ୍ନ କରିଥିଲେ ଯେ, ସଲମାନଙ୍କ ଉପରେ ବହି ଲେଖିଲେ ଏହାର ନାମ କ’ଣ ରଖିବ? ଅଲିଜେହ ଉତ୍ତର ଦେବା ପୂର୍ବରୁ ସଲମାନ କହିଥିଲେ, “ମୁଁ ତାଙ୍କୁ ମୋ ଉପରେ ବହି ଲେଖିବାକୁ ଦେବି ନାହିଁ। ସେ ମୋ ବିଷୟରେ ବହୁତ କିଛି ଜାଣିଛନ୍ତି।”

    ଚଳଚ୍ଚିତ୍ର ନିର୍ମାତା ଅତୁଲ ଅଗ୍ନିହୋତ୍ରୀ ଏବଂ ସଲମାନ ଖାନଙ୍କ ଭଉଣୀ ଅଲବୀରା ଖାନ ଅଗ୍ନିହୋତ୍ରୀଙ୍କ ଝିଅ ହେଉଛନ୍ତି ଅଲିଜେହ ଅଗ୍ନିହୋତ୍ରୀ। ୨୦୦୮ରେ ଚଳଚ୍ଚିତ୍ର ‘ହେଲୋ’ରେ ଅଲିଜେହ ଶିଶୁ କଳାକାର ଭାବରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ଫିଲ୍ମ ‘ଫରେ’ରେ ସେ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    78 %
    0.4kmh
    0 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ