Sunday, February 22, 2026
33.5 C
Odisha

    ମୋତେ ନୋବେଲ୍ ପୁରସ୍କାର ମିଳିବା ଉଚିତ୍: କେଜ୍ରିୱାଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ନିଜ କର୍ମୀ ଏବଂ ନେତାଙ୍କୁ ଏକ ସଭା କାର୍ଯ୍ୟକ୍ରମରେ ସମ୍ବୋଧିତ କରି ତାଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ ବୋଲି କହିଛନ୍ତି। ବର୍ତ୍ତମାନ ଦିଲ୍ଲୀ ଜଳ ବିଲ୍‌କୁ ନେଇ ବିକ୍ଷୋଭ ଚାଲିଥିବା ବେଳେ କେଜ୍ରିୱାଲ ବିଜେପିକୁ କଡ଼ା ସମାଲୋଚନା କରିବା ସହିତ ନିଜ ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ , ‘ଦିଲ୍ଲୀରେ ଯେତେ କଷ୍ଟରେ ମୁଁ ସରକାର ଚଳାଉଛି, ଏଥିପାଇଁ ମୋତେ ନୋବେଲ ପୁରସ୍କାର ମିଳିବା କଥା।’ ବିଶେଷକରି ଏଠାରେ ବିଭିନ୍ନ ଦିଗକୁ ନେଇ ବିଜେପି ଏବଂ ଆପ୍‌ ମଧ୍ୟରେ ବାଦ ବିବାଦ ଚାଲିଛି। ଯାହାକୁ ନେଇ ସରକାର ଚଳାଇବା ଅତି କଷ୍ଟକର ହୋଇପଡ଼ୁଛି ବୋଲି କେଜ୍ରିୱାଲ ବିଜେପିକୁ କଟାକ୍ଷ କରି ଏଭଳି କହିଛନ୍ତି। ବିଜେପି ଦିଲ୍ଲୀରେ ସ୍କୁଲ୍ ଓ ହସ୍ପିଟାଲ କରିବାକୁ ଦେଉ ନାହିଁ। ସେମାନଙ୍କ ପିଲା ଯେଉଁ ଶିକ୍ଷା ପାଉଛନ୍ତି,ଏକ ଗରିବ ପିଲା ସେହିଭଳି ଶିକ୍ଷା ପାଉ ସେମାନେ ଚାହୁଁନାହାନ୍ତି। ତେଣୁ ମୁଁ ଜାଣିଛି ଯେ ଦିଲ୍ଲୀରେକିଭଳି ସରକାର ଚଳାଉଛି। ସେଥିପାଇଁ ମୁଁ ନୋବେଲ୍ ପାଇବା ଉଚିତ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.5 ° C
    33.5 °
    33.5 °
    17 %
    3.6kmh
    0 %
    Sun
    34 °
    Mon
    35 °
    Tue
    34 °
    Wed
    34 °
    Thu
    35 °

    ସମ୍ବନ୍ଧିତ