Thursday, September 17, 2026
30 C
Odisha

    ଆଜି ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ;ଓଡ଼ିଶା ଗଠନ ପାଇଁ ଅଙ୍ଗୀକାରବଦ୍ଧ ହେବାକୁ ଆହ୍ୱାନ

    ଆଗକୁ ପଢନ୍ତୁ

    ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତାକାଲି ପୂର୍ବାହ୍ନରେ ଶଙ୍ଖଭବନରେ ଅନୁଷ୍ଠିତ ହେବ। ଏହାକୁ ବିଜେଡି ସଭାପତି ତଥା‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିବେ। ସାଧାରଣ ନିର୍ବାଚନ ପାଖେଇ ଆସୁଥିଲା ବେଳେ ଏହି କାର୍ଯ୍ୟକାରିଣୀକୁ ରାଜନୈତିକ ମହଲରେ ବେଶ୍‌ ଗୁରୁତ୍ବ ଦିଆଯାଉଛି। ବୈଠକ ପରେ ବିଜେଡି ତା’ର ସାଂଗଠନିକ କାର୍ଯ୍ୟକ୍ରମକୁ ଜୋର୍‌ଦାର କରିବ ବୋଲି ସୂଚନା ମିଳିଛି। ଆସନ୍ତା ୨୬ ତାରିଖରେ ବିଜେଡି ୨୭ ବର୍ଷରେ ପଦାର୍ପଣ କରୁଛି। ଏହି ଦିନକୁ ପ୍ରଭାବୀ ଢଙ୍ଗରେ ପାଳିବା ପାଇଁ ଦଳ ନିଷ୍ପତ୍ତି ନେଇଛି। ଏଥିପାଇଁ ଆଜି ସବୁ କର୍ମକର୍ତ୍ତାଙ୍କୁ ସଭାପତି ନବୀନ ପଟ୍ଟନାୟକ ପତ୍ର ଲେଖିଛନ୍ତି। ପ୍ରତି ନିର୍ବାଚନମଣ୍ଡଳୀ/ବ୍ଲକ୍‌/ପୌରାଞ୍ଚଳରେ ଏହା ପାଳନ କରାଯିବ। ଏହି ଦିନ ଗଣଦୌଡ଼, ସଭା ସହ ରକ୍ତଦାନ ଓ ବୃକ୍ଷରୋପଣ ପରି ସାମାଜିକ କାର୍ଯ୍ୟକ୍ରମ ହେବ। ସଭା କରାଯାଇ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ସଫଳତା ଆଲୋଚନା କରାଯିବ। ଶ୍ରୀଜଗନ୍ନାଥ ଚେତନା ମୂଳାଧାରରେ ଆମ ସଫଳ ବିକାଶ ଯାତ୍ରାକୁ ପୂର୍ଣ୍ଣ ବିକଶିତ ଓଡ଼ିଶା ଗଠନ ପାଇଁ ଅଙ୍ଗୀକାରବଦ୍ଧ ହେବାକୁ ଶ୍ରୀ ପଟ୍ଟନାୟକ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି।

    ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ଦର୍ଶାଇଛନ୍ତି, ରାଜନୈତିକ କାର୍ଯ୍ୟକ୍ରମ ସହିତ ସାମାଜିକ ଅଙ୍ଗୀକାରବଦ୍ଧତା ପାଇଁ ଅନ୍ୟ ସର୍ବଭାରତୀୟ ଓ ଆଞ୍ଚଳିକ ଦଳମାନଙ୍କ ଭିତରେ ବିଜେଡିକୁ ଏକ ପ୍ରଶଂସନୀୟ ପରିଚିତି ଆଣି ଦେଇଛି। ଏହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଲଗାତର ଭାବେ ବିଭିନ୍ନ ସାଧାରଣ ନିର୍ବା‌ଚନ, ଉପନିର୍ବ‌ାଚନ, ସମବାୟ ନିର୍ବାଚନ ସମେତ ପଞ୍ଚାୟତ ଓ ପୌର ନିର୍ବାଚନରେ ଓଡ଼ିଶାର ୩୦ଟି ଜିଲ୍ଲାରେ ବିଜେଡିର ଶତ ପ୍ରତିଶତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି, ୮୦ ପ୍ରତିଶତ ପୌରାଞ୍ଚଳ ଆସନ ପାଇବା ସାଧାରଣ ଲୋକଙ୍କ ବିଜୁ ଜନତା ଦଳ ପ୍ରତି ଥିବା ଆସ୍ଥାକୁ ପ୍ରମାଣିତ କରୁଛି। ଆମକୁ ଆଗାମୀ ଦିନରେ ଓଡ଼ିଶାବାସୀଙ୍କ ସେବାରେ ନିୟୋଜିତ ହୋଇ ବିକାଶର ଧାରାକୁ ବଜାୟ ରଖିବା ପାଇଁ ଶକ୍ତି ଦେଇଛି। ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଧାୟକ ଦେବୀପ୍ରସାଦ ମିଶ୍ର, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ ଓ ମେୟର ସୁଲୋଚନା ଦାସ ପ୍ରତିଷ୍ଠା ଦିବସ ପାଳନ ସମ୍ପର୍କରେ ସୂଚନା ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30 ° C
    30 °
    30 °
    71 %
    0.9kmh
    55 %
    Thu
    29 °
    Fri
    32 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ