Wednesday, March 25, 2026
37 C
Odisha

    ବେକାରୀଙ୍କୁ ରୋଜଗାର, ପ୍ରତି ଫସଲ ପାଇଁ ସହାୟକ ମୂଲ୍ୟ, ମହିଳା ସୁରକ୍ଷା । ୫ ମୁଖ୍ୟ ପ୍ରସଙ୍ଗକୁ ନେଇ ଭୋଟରଙ୍କୁ ୨୫ ଗ୍ୟାରେଣ୍ଟି ଦେଲା କଂଗ୍ରେସ

    ଆଗକୁ ପଢନ୍ତୁ

    ୫ ମୁଖ୍ୟ ପ୍ରସଙ୍ଗକୁ ନେଇ ୨୫ ଗ୍ୟାରେଣ୍ଟି ସହ କଂଗ୍ରେସର ଘୋଷଣା ନାମା, ନ୍ୟାୟ ପତ୍ର । ଯୁବକଙ୍କୁ ଚାକିରି, କୃଷକଙ୍କ ପାଇଁ ଏମଏସପି, ମହିଳାଙ୍କ ସୁରକ୍ଷା ଓ ଚାକିରି କ୍ଷେତ୍ରରେ ସେମାନଙ୍କ ପାଇଁ ସଂରକ୍ଷଣ,ପଛୁଆ ବର୍ଗଙ୍କୁ ଅଧିକାର, ଆଦିବାସୀ ଓ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ସରକାରୀ ଚାକିରି ପୂରଣ।

    – ଯୁବକଙ୍କ ପାଇଁ କଂଗ୍ରେସ ର ଗ୍ୟାରେଣ୍ଟି ବର୍ଷକୁ ୧ଲକ୍ଷ ଟଙ୍କାର ଚାକିରି ପ୍ରତି ଯୁବକଙ୍କୁ ମିଳିବ।
    – ମନରେଗା ଭଳି ଦେଶର ପ୍ରତି ଯୁବକଙ୍କୁ ସରକାରୀ ,ବେସରକାରୀ , ସ୍ବାସ୍ଥ୍ୟ,ଶିକ୍ଷା ସବୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଛାତ୍ରବୃତ୍ତି ଦେବାକୁ ଗ୍ୟାରେଣ୍ଟି।
    – ପଛୁଆ ବର୍ଗର ମହିଳାଙ୍କୁ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଅର୍ଥରାଶି ମହାଲକ୍ଷ୍ମୀ ଯୋଜନା ଦ୍ବାରା ଦିଆଯିବ।
    – କେନ୍ଦ୍ର ସରକାରୀ ଚାକିରୀରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ
    – ଏହା ସହ ପ୍ରତି ଜିଲ୍ଲାରେ କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ।
    – ଏମସପିକୁ ଆଇନଗତ ଅଧିକାର ଦିଆଯିବ
    – ପଛୁଆ ବର୍ଗର ଲୋକଙ୍କୁ ସେମାନଙ୍କୁ ଅଧିକାର ଦେବ

    ରାଜ୍ୟରେ ଏକ କୋଟି ଆଦିବାସୀ ରୁହନ୍ତି। ସେମାନେ ନିଜ ଅଧିକାର ଠିକ୍ ଭାବେ ପାଇନାହାନ୍ତି। ଶିକ୍ଷା ,ସ୍ବାସ୍ଥ୍ୟ ,ରୋଜଗାରକୁ ନେଇ ୨୪ ବର୍ଷ ସ୍ଥିର ସରକାର ସତ୍ତ୍ୱେ ସେମାନଙ୍କୁ ଅଧିକାର ମିଳିନି।
    କଂଗ୍ରେସର ପ୍ରତିଶ୍ରୁତି ପେଶା ଆଇନକୁ କଡ଼ାକଡ଼ି ଲାଗୁ କରିବ।

    କଂଗ୍ରେସ ସରକାରକୁ ଆସିଲେ ଜଙ୍ଗଲ ଅଧିକାର ଆଇନ ପାଇଁ ସ୍ଵତନ୍ତ୍ର ବଜେଟ ଓ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    37 ° C
    37 °
    37 °
    17 %
    4.9kmh
    23 %
    Wed
    36 °
    Thu
    38 °
    Fri
    40 °
    Sat
    39 °
    Sun
    41 °

    ସମ୍ବନ୍ଧିତ