Saturday, March 7, 2026
19.3 C
Odisha

    ଦିଲ୍ଲୀରେ ବସିଲା ଓଡ଼ିଶା କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ । ଖୁବଶୀଘ୍ର ଚୂଡାନ୍ତ ହେବ ପ୍ରାର୍ଥୀ ତାଲିକା

    ଆଗକୁ ପଢନ୍ତୁ

    ଦିଲ୍ଲୀରେ ଚାଲିଛି ଓଡିଶା କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ । ଏଆଇସିସି ୱାର ରୁମରେ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ଏହି ବୈଠକରେ ଉପସ୍ଥିତ ଅଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।ମାର୍ଚ୍ଚ ପ୍ରଥମ ସପ୍ତାହରେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ସୂଚନା ରହିଛି । ପ୍ରଗମନ ଆପ ଜରିଆରେ ଉଭୟ ବିଧାନସଭା ଏବଂ ଲୋକସଭା ଆସନ ପାଇଁ ଅନେକ ଆଶାୟୀ ପ୍ରାର୍ଥୀପତ୍ର ଆବେଦନ କରିଛନ୍ତି । ତେଣୁ ଏହି ଆବେଦନପତ୍ରକୁ ଯାଞ୍ଚ କରିବା ପରେ ପ୍ରାର୍ଥୀ ଚୟନ ନେଇ ବାଟ ଫିଟିବ । ତେଣୁ ସ୍କ୍ରିନିଂ କମିଟି ବୈଠକରେ କାହା ନାଁ ସର୍ବାଗ୍ରେ ରହିବ ତାହାକୁ ନେଇ କଂଗ୍ରେସ ମହଲରେ ଚର୍ଚ୍ଚା ବଢିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    19.3 ° C
    19.3 °
    19.3 °
    95 %
    1.7kmh
    18 %
    Sat
    35 °
    Sun
    36 °
    Mon
    37 °
    Tue
    39 °
    Wed
    39 °

    ସମ୍ବନ୍ଧିତ