Wednesday, May 6, 2026
29.8 C
Odisha

    ନିରବି ଗଲା ପଙ୍କଜଙ୍କ ସ୍ୱର

    ଆଗକୁ ପଢନ୍ତୁ

    ମୁମ୍ବାଇ: ଭେଟେରାନ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ ଘଟିଛି। ୭୨ ବର୍ଷ ବୟସରେ ପଙ୍କଜ ଉଧାସଙ୍କ ପରଲୋକ ହୋଇଛି। ଦୀର୍ଘ ଦିନର ଅସୁସ୍ଥତା ପରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଆଖି ବୁଜିଛନ୍ତି। ସେ ୧୭ ମଇ ୧୯୫୧ରେ ଗୁଜୁରାଟର ଜେତପୁରରେ ଜନ୍ମଗ୍ରହଣ କରିଥିଲେ। ପଙ୍କଜଙ୍କ ପରଲୋକ ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଗଜଲ ଗାୟକ ଭାବରେ ଲୋକପ୍ରିୟ ହୋଇଥିଲେ। ବଲିଉଡରେ ସେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି । ଗଜଲ ‘ଚିଠି ଆଇ ହୈ’ରୁ ସେ ପ୍ରସିଦ୍ଧି ପାଇଥିଲେ। ୧୯୮୬ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ନାମ’ରେ ଏହି ଗଜଲକୁ ସାମିଲ କରାଯାଇଥିଲା। ପଙ୍କଜ ‘ୟେ ଦିଲ୍ଲାଗି’, ‘ଫିର୍ ତେରି କାହାନି ୟାଦ୍ ଆୟେ’, ‘ଚାଲେ ତୋ କାଟ୍ ହି ଜାଏଗି’ ଏବଂ ‘ତେରେ ବିନ୍’ ଭଳି ଅନେକ ଗଜଲରେ କଣ୍ଠଦାନ କରିଥିଲେ। ମୋହରା ଚଳଚ୍ଚିତ୍ରର ଲୋକପ୍ରିୟ ଗୀତ ‘ନା ଗଜରେ କି ଧାରଟ୍ଟ’ ତାଙ୍କ କଣ୍ଠର ଯାଦୁର ଆଉ ଏକ ଉଦହାରଣ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.8 ° C
    29.8 °
    29.8 °
    43 %
    3.5kmh
    100 %
    Wed
    31 °
    Thu
    37 °
    Fri
    39 °
    Sat
    40 °
    Sun
    40 °

    ସମ୍ବନ୍ଧିତ