Wednesday, March 12, 2025
33.3 C
Odisha

    ‘କଂଗ୍ରେସ ବିଶ୍ୱାସ ଯୋଗ୍ୟ ନୁହେଁ…’ କାହିଁକି ଏଭଳି କହିଲେ ପ୍ରଧାନମନ୍ତ୍ରୀ ମୋଦୀ

    ଆଗକୁ ପଢନ୍ତୁ

    କଂଗ୍ରେସ ବିରୋଧରେ ପ୍ରଧାନମନ୍ତ୍ରୀଙ୍କର ଏକ ମନ୍ତବ୍ୟ ଖୁବ୍ ଚର୍ଚ୍ଚାକୁ ଆସିଛି । ମୋଦୀ ଟ୍ୱିଟ୍ କରି କହିଛନ୍ତି , କଚ୍ଚାତିବୁ ଦ୍ୱୀପକୁ ଶ୍ରୀଲଙ୍କାକୁ ଦେଇ କଂଗ୍ରେସ ଦେଶର ଅଖଣ୍ଡତାକୁ ନଷ୍ଟ କରିଛି । କଂଗ୍ରେସକୁ ଟାର୍ଗେଟ କରି ମୋଦୀ କହିଛନ୍ତି ଯେ, ‘ ୧୯୭୪ରେ ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଥିବାବେଳେ କଚ୍ଚାତିବୁ ଦ୍ୱୀପକୁ ଶ୍ରୀଲଙ୍କା ହାତରେ ଦେଇଦେଲେ । ଯାହା ଦେଶର ଅଖଣ୍ଡତା ଓ ହିତକୁ ଦୁର୍ବଳ କରିଦେଇଥିଲା । କଂଗ୍ରେସର ଏଭଳି କାର୍ଯ୍ୟ ପରେ କଂଗ୍ରେସକୁ ଆଉ ଭରସା କରାଯାଇପାରିବ ନାହିଁ । ଆରଟିଆଇ ରିପୋର୍ଟ ଆସିବା ପରେ ଏହାକୁ ଆଚମ୍ବିତ ହେବା ଭଳି ଖବର କହିବା ସହ କଂଗ୍ରେସକୁ କଟାକ୍ଷ କରିଛନ୍ତି ମୋଦୀ ।
    ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, କଂଗ୍ରେସ ଶ୍ରୀଲଙ୍କାକୁ ଦ୍ୱୀପ ଦେଇଦେବା ପରେ ବି ତାଙ୍କ ମନରେ ତିଳେମାତ୍ର ଅନୁତାପ ନାହିଁ । କେତେବେଳେ କଂଗ୍ରେସ ଦଳ ଦେଶକୁ ବାଣ୍ଟିବା କଥା କହୁଛି ତଆଉ କେତେବେଳେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ବଦନାମ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.3 ° C
    33.3 °
    33.3 °
    13 %
    1.6kmh
    0 %
    Wed
    37 °
    Thu
    40 °
    Fri
    41 °
    Sat
    41 °
    Sun
    42 °

    ସମ୍ବନ୍ଧିତ