Monday, October 19, 2026
23.2 C
Odisha

    ‘ସମ୍ବଲପୁର ସହ ମୋ ପରିବାରର ୬୦ ବର୍ଷର ସମ୍ପର୍କ’: ପ୍ରଣବ ପ୍ରକାଶ ଦାସ

    ଆଗକୁ ପଢନ୍ତୁ

    ବିଜେଡିର ଲୋକସଭା ଆସନ ପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ ଟିକେଟ୍ ମିଳିବା ପରେ ଆଜି ପ୍ରଥମ ଥର ଗସ୍ତ କରିଛନ୍ତି ପ୍ରଣବ । ସମର୍ଥକଙ୍କ ସହ ଯାଇ ସେଠାରେ ମା’ ସମଲେଙ୍କୁ ଦର୍ଶନ କରିଛନ୍ତି । ଏହି ଅବସରରେ ସେ ସମ୍ବଲପୁରବାସୀଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ଭାବବିହ୍ୱଳ ହୋଇଛନ୍ତି ।ପ୍ରଣବ କହିଛନ୍ତି, ସମ୍ବଲପୁର ମାଟି ସହ ତାଙ୍କ ପରିବାରର ୬୦ ବର୍ଷର ସମ୍ପର୍କ । ଏ ମାଟି ସହ ତାଙ୍କ ବାପାଙ୍କର ସୁସମ୍ପର୍କ ରହିଥିଲା । ଏଠି ପହଞ୍ଚିଲା ପରେ ଏଠିକାର ଲୋକଙ୍କ ସମର୍ଥନ ଓ ସ୍ନେହ ଦେଖିବା ପରେ ସେ ଭାବବିହ୍ୱଳ ହୋଇପଡିଛନ୍ତି । ସମ୍ବଲପୁର ଯାଇ ତାଙ୍କୁ ତାଙ୍କ ଘରେ ଛିଡା ହେବା ପରି ଲାଗୁଛି । ତେବେ ସମ୍ବଲପୁରକୁ ଉନ୍ନତୀର ଶିଖରକୁ ନେବା ସହ ଏହାର ରୂପାନ୍ତରୀକରଣ ପାଇଁ ତାଙ୍କୁ ଏଠାରେ ପ୍ରାର୍ଥୀ ବିବେଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ସମ୍ବଲପୁରବାସୀଙ୍କ ଉପରେ ସେ ଭରସା କରିଛନ୍ତି ସେମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇବେ ବୋଲି ତାଙ୍କର ଦୃଢ ବିଶ୍ୱାସ ।ଏଥର ସମ୍ବଲପୁରରେ ହେବ ଜୋରଦାର ଲଢେଇ । କାରଣ ଏଠାରେ ବିଜେପିର ସାଂସଦ ଟିକେଟ ପାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥର ବିଜେଡି ମଧ୍ୟ ଏହି ସମ୍ବଲପୁରରୁ ପ୍ରଣବଙ୍କୁ ସାଂସଦ ଟିକେଟ ଦେଇଥିବାରୁ ଏହି ଆସନ ଉପରେ ରାଜ୍ୟବାସୀଙ୍କ ନଜର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ