Saturday, July 27, 2024
24.8 C
Odisha

    ଆଗାମୀ ୩ ଦିନ ଯାଏ ଘନକୁହୁଡ଼ି ସହ ହାଲୁକା ବର୍ଷା ସମ୍ଭାବନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଉପକୂଳ ଓଡିଶା ସମେତ ଉତ୍ତର ଓଡିଶାର କିଛି ଜିଲ୍ଲାରେ କୋହଲା ପାଗ ଜାରି ରହିଛି । ଏହା ସହ କିଛି ଜିଲ୍ଲାରେ ଘନକୁହୁଡି ଦୃଶ୍ୟମାନ ହୋଇଛି ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗୁରୁଚାପ ପ୍ରଭାବ ଯୋଗୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ଭିତରକୁ ପ୍ରବେଶ କରୁଥିବାରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ କିଛି ସ୍ଥାନରେ ଘନକୁହୁଡି ଦୃଶ୍ୟମାନ ହେବା ସହ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଓଡିଶାରେ କିଛି ଜିଲ୍ଲାରେ ଘନ କୁହୁଡି ପରିଲକ୍ଷିତ ଥିବାରୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ କେନ୍ଦ୍ର । ଆଜି ଭୋରରୁ ବଲାଙ୍ଗୀର, ନୟାଗଡ, କଟକ ସମେତ ୫ଟି ସ୍ଥାନରେ ଘନକୁହୁଡି ପରିଲକ୍ଷିତ ହୋଇଥିଲା । ସେହିପରି ଗତ ୨୪ ଘଣ୍ଟାରେ ମୟୁରଭଞ୍ଜ ଜାମଡାରେ ସର୍ବାଧିକ ୩୨ ମିଲିମିଟର ଓ କେନ୍ଦୁଝରର ଯୋଡ଼ା ଠାରେ ୨୭.୨ ମିଲିମିଟର ବର୍ଷା ରେକଡ଼ କରିଛି ପାଣିପାଗ କେନ୍ଦ୍ର। ତେବେ ଆସନ୍ତା ୭ଦିନ ଯାଏ ତାପମାତ୍ରାରେ କୌଣସି ବୃଦ୍ଧି ହେବାର ସମ୍ବାବନା ନାହିଁ ଓ ଶୀତ କମ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ