Friday, September 25, 2026
24.2 C
Odisha

    ବହୁ ବର୍ଷ ଧରି କାମ କରି ଆସୁଥିଲେ ବି ବିରାଟଙ୍କଠାରୁ ଖୁବ କମ ରଜନୀକାନ୍ତଙ୍କ ସମ୍ପତ୍ତି

    ଆଗକୁ ପଢନ୍ତୁ

    ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତ ୭୩ବର୍ଷ ବୟସରେ ବି ବକ୍ସ ଅଫିସରେ କିଙ୍ଗ ହୋଇରହିଛନ୍ତି। କିଛି ମାସ ତଳେ ରିଲିଜ୍ ହୋଇଥିବା ଫିଲ୍ମ ‘ଜେଲର’ ୨୦୨୩ ବର୍ଷର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା। ଏହି ଫିଲ୍ମରେ କମାଲ କରିବା ପରେ ଏବେ ନିଜ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି ସୁପରଷ୍ଟାର। ଏମଧ୍ୟରେ ତାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ‌ହୋଇଛି।

    ତେବେ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ନେଉଥିବା ରଜନୀକାନ୍ତ କେତେ କୋଟିର ମାଲିକ, ତାହା ଜାଣିବା ପାଇଁ ଅନେକଙ୍କ ମନରେ ଉତ୍ସାହ ଥିବ ନିଶ୍ଚୟ। ଜାତୀୟ ଗଣମାଧ୍ୟମ ମୁତାବକ, ରଜନୀକାନ୍ତ ଏବେ ୪୩୦କୋଟିର ମାଲିକ ଅଟନ୍ତି। ଏବେ ଗୋଟାଏ ଫିଲ୍ମ ପାଇଁ ୧୦୦କୋଟିରୁ ଅଧିକ ପାରିଶ୍ରମିକ ନେଉଥିବା ରଜନୀକାନ୍ତଙ୍କ ପାଖ‌ରେ ଅନେକ ବିଳାସପୂର୍ଣ୍ଣ କାର୍ ରହିଛି। ସୂଚନା ମୁତାବକ, ରଜନୀକାନ୍ତ ପାଖରେ ୧୬.୫କୋଟିର ରୋଲ୍ସ ରଏସ୍ ଫାଣ୍ଟୋମ, ୬କୋଟିର ରୋଲ୍ସ ରଏସ୍ ଘୋଷ୍ଟ, ୨୨କୋଟିର ବେଣ୍ଟଲେ ଲିମୋଜିନ୍, ୨.୫୫କୋଟିର ମ‌ର୍ସେଡିଜ୍ ବେଞ୍ଜ ଜି-ୱାଗନ, ୩.୧୦କୋଟିର ଲାମ୍ବୋରଗିନି ଉରୁସ୍ ଏବଂ ୧.୭୭କୋଟିର ବିଏମଡବ୍ଲୁ ଏକ୍ସ୫ କାର୍ ରହିଛି। ସେ ଫିଲ୍ମ ଅପେକ୍ଷା ବିଭିନ୍ନ ବ୍ୟବସାୟରେ ନିବେଶ କରି ଟଙ୍କା ଆୟ କରନ୍ତି। ଯଦି ଆମେ ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ଦେଖିବା ତେବେ ‌ସେ ୧୦୫୦କୋଟି ଟଙ୍କାର ମାଲିକ ଅଟନ୍ତି, ଯାହା ରଜନୀକାନ୍ତଙ୍କ ସମ୍ପତ୍ତିଠାରୁ ଢ଼େର ଅଧିକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.2 ° C
    24.2 °
    24.2 °
    96 %
    5.3kmh
    100 %
    Thu
    24 °
    Fri
    28 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ