Tuesday, January 13, 2026
16.3 C
Odisha

    ବିଜେଡିକୁ ଫେରିଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

    ଆଗକୁ ପଢନ୍ତୁ

    ବିଜେଡିକୁ ଫେରିଲେ ଧାମନଗରର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓରଫ ରାଜୁ ଦାସ । ବିଜେପିରୁ ଇସ୍ତଫା ଦେଇ ପୁଣିଥରେ ବିଜେଡିରେ ସାମିଲ ହୋଇଛନ୍ତି ରାଜୁ ଦାସ । ସେ ବିଜେଡିରେ ସାମିଲ ପରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଧନ୍ୟବାଦ । ରାଜୁ ଦାସ ପ୍ରଥମେ ସ୍ୱାଧୀନ ଭାବେ ଲଢ଼ିଥିଲେ, ତା’ପରେ ବିଜେପିରେ ମିଶିଥିଲେ । ସୋରରୁ ରାଜୁଙ୍କ ନାଁ ବିଜେପି ଘୋଷଣା କରିଥିଲେ ବି ଶେଷ ମୁହୂର୍ତ୍ତରେ ପର୍ଶୁରାମ ଧଡାଙ୍କୁ ଟିକେଟ ଦେଇଥିଲା । ବିଜେପିରେ ଅବହେଳିତ ହେବା ପରେ ପୁଣି ବିଜେଡିକୁ ଫେରିଛନ୍ତି ରାଜୁ । ଚାନ୍ଦବାଲି, ବାସୁଦେବପୁର ଓ ଧାମନଗର ସବୁ ଆସନ ବିଜେଡି ଜିତିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ରାଜୁ । ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସବୁ ସମୟରେ ସହଯୋଗ ରହିବ ବୋଲି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.3 ° C
    16.3 °
    16.3 °
    44 %
    1.9kmh
    0 %
    Tue
    16 °
    Wed
    28 °
    Thu
    29 °
    Fri
    29 °
    Sat
    30 °

    ସମ୍ବନ୍ଧିତ