Saturday, March 14, 2026
38.1 C
Odisha

    ଟିମ୍‌ ଇଣ୍ଡିଆର ଜର୍ସି ପ୍ରସ୍ତୁତ କରିଥିବା ବ୍ୟକ୍ତି ହିଁ କରିଛନ୍ତି ରାମଲାଲାଙ୍କ ପୋଷାକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ଏହା ରାମଙ୍କ ଭକ୍ତମାନଙ୍କ ପାଇଁ ଏକ ସ୍ବପ୍ନ ସାକାର ହୋଇଛି। ଏହି ଅବସରରେ ରାମଲାଲାଙ୍କ ପାଇଁ ପୋଷାକ ତିଆରି କରିଥିବା ଆମ୍ବେଦକର ନଗରର ଡିଜାଇନର୍‌ ମନୀଷ ତ୍ରିପାଠୀ ବେଶ୍‌ ଖଉସି ଅଛନ୍ତି। ନୂଆଦିଲ୍ଲୀର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଫ୍ୟାଶନ ଆଣ୍ଡ ଟେକ୍ନୋଲୋଜିରୁ ପାସ୍‌ କରିଥିବା ମନୀଷ ମଧ୍ୟ ଟିମ ଇଣ୍ଡିଆର ଜର୍ସି ତିଆରି କରିଛନ୍ତି। ସେ ଆଇପିଏଲ ପରିଚାଳନା ପରିଷଦର ଅଫିସିଆଲ ଡିଜାଇନର୍‌ ଏବଂ ବିସିସିଆଇର ଡିଜାଇନ ପାର୍ଟନର ଭାବରେ କାର୍ଯ୍ୟ କରିଛନ୍ତି। ଏହାପୂର୍ବରୁ ମନୀଷ ଉତ୍ତରପ୍ରଦେଶ ଖଦି ଗ୍ରାମଦ୍ୟୋଗ ବୋର୍ଡ ସହଯୋଗରେ ରାମଲାଲା ଖଦି ପ୍ରକଳ୍ପ ଆରମ୍ଭ କରିଥିଲେ। ଖଦିକୁ ପ୍ରୋତ୍ସାହିତ କରିବା ଏବଂ ବିଶ୍ୱର ସର୍ବବୃହତ ମାସ୍କ ତିଆରି କରି ରୋଜଗାରର ସୁଯୋଗ ବୃଦ୍ଧି କରିବାରେ ମନୀଷ ମଧ୍ୟ ତାଙ୍କର ସହଯୋଗ ଆରମ୍ଭ କରିଥିଲେ। ମନୀଷ କହିଛନ୍ତି ଯେ, ଯଦି ଆମେ ଏହାକୁ ପ୍ରୋତ୍ସାହିତ କରୁ, ବହୁ ସଂଖ୍ୟକ ଲୋକ ରୋଜଗାର ପାଇବେ ଏବଂ ରାମଙ୍କ ନାମରେ ଶୁଭ କାର୍ଯ୍ୟ ଆରମ୍ଭ ହେବା ଉଚିତ, ତେଣୁ ଏହାର ନାମ ପ୍ରୋଜେକ୍ଟ ରାମଲାଲା ରଖାଗଲା। ଆମର ପ୍ରତିମା ଖଦି ପିନ୍ଧନ୍ତି, ଲୋକମାନେ ମଧ୍ୟ ଖଦି ପିନ୍ଧିବାକୁ ପ୍ରେରଣା ପାଇବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.1 ° C
    38.1 °
    38.1 °
    9 %
    4.3kmh
    0 %
    Sat
    37 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ