Thursday, October 15, 2026
28 C
Odisha

    ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା: ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

    ଆଗକୁ ପଢନ୍ତୁ

    କୋରାପୁଟ: ସୁରକ୍ଷାବାହିନୀକୁ ବଡ଼ଧରଣର ସଫଳତା ମିଳିଛି। କୋରାପୁଟ-ମାଲକାନଗିରି-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲରେ ଏସ୍‌ଓଜି ଯବାନମାନେ ମାଟି ତଳୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି। କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅଧୀନ କୋଡ଼ାପୁଟ ଓ ଗୁମୁଡାପୁଟ ଗାଁ ଜଙ୍ଗଲରୁ ଗତକାଲି ଅପରାହ୍‌ଣ ସାଢ଼େ ୩ଟାରେ ମାଓ ସାମଗ୍ରୀ ଉଦ୍ଧାର ‌କରିଛନ୍ତି।କୋରାପୁଟ ଏସ୍‌ପି ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି, ଗତ ୨୬ ତାରିଖ ଦିନ କୋରାପୁଟ-ମାଲକାନଗିରି-ଆନ୍ଧ୍ରପ୍ରଦେଶ ସୀମାନ୍ତ ମାଛକୁଣ୍ଡ ଥାନା ଅଧୀନ ଏକ ଜଙ୍ଗଲରେ ମାଓବାଦୀମାନେ ମାଓସାମଗ୍ରୀ ରଖିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଏସ୍‌ଓଜି ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ। ଗତକାଲି (ଡିସେମ୍ବର ୨୭) ଅପରାହ୍‌ଣ ସାଢ଼େ ୩ଟାରେ ସୁରକ୍ଷାକର୍ମୀମାନେ କାଲିମେଳା ଥାନା ଅଧୀନ କୋଡ଼ାପୁଟ ଓ ଗୁମୁଡାପୁଟ ଗାଁ ଜଙ୍ଗଲରୁ ମାଓସାମଗ୍ରୀ ଠାବ କରିଥିଲେ। ଏହି ସାମଗ୍ରୀଗୁଡ଼ିକ ମାଟି ତଳେ ଲୁଚାଇ ରଖାଯାଇଥିଲା। ମାଓବାଦୀମାନେ ଏହି ସାମଗ୍ରୀକୁ ସାଧାରଣଜନତା ଓ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ରଖିଥିଲେ। ପୁଲିସ କହିଛି ଯେ, ଜବତ ମାଓ ସାମଗ୍ରୀ ଭିତରେ ଗୋଟିଏ ପିସ୍ତଲ, ଟିଫିନ ବମ୍‌, କୋଡେକ୍ସ ତାର, ବିସ୍ଫୋରକ ଆଦି ସାମିଲ ଅଛି। ସୀମାନ୍ତରେ ମାଓ ସାମଗ୍ରୀ ଜବତ ହେଲା ପରେ ମାଓବାଦୀଙ୍କୁ ଶକ୍ତ ଝଟକା ଲାଗିଛି। ଏହି ଅଞ୍ଚ‌ଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

    ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ସୁରକ୍ଷାବାହିନୀକୁ ମଧ୍ୟ ବଡ଼ଧରଣର ସଫଳତା ମିଳିଥିଲା। ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲରେ ମାଟି ତଳୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଉଦ୍ଧାର କରିଥିଲେ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଧୀନ କୁର୍ମାନୁର ଜଙ୍ଗଲରେ ସର୍ଚ୍ଚ ଅପରେସନରେ ନିୟୋଜିତ ଏସ୍‌ଓଜି ଓ ଡିବିଏଫ୍‌ ଯମାନମାନେ ମାଟି ତଳୁ ମାଓ ସାମଗ୍ରୀ ଉଦ୍ଧାର କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28 ° C
    28 °
    28 °
    69 %
    2.1kmh
    72 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ