Thursday, October 15, 2026
28 C
Odisha

    ଦିଲ୍ଲୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ପାଳିତ; ସାହିଲଙ୍କୁ ମାଷ୍ଟର ଡିପିଏସ୍‌, ଏଲିଶାଙ୍କୁ ମିସ୍‌ ଡିପିଏସ୍‌ ପୁରସ୍କାର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଦିଲ୍ଲୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଉଯାଇଛି। ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ଼ ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କର ସଭାପତିତ୍ୱରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଜିଲ୍ଲାର ପୂର୍ବତନ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଜ୍ୟୋତିର୍ମୟୀ ସାହୁ ଏବଂ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ପିଆର ଷଡ଼ଙ୍ଗୀ ଯୋଗଦାନ ଦେଇଥିଲେ ସମାରୋହର ପ୍ରାରମ୍ଭରେ ବିଦ୍ୟାଳୟର ଶିକ୍ଷୟତ୍ରୀ କବିତା ମୁଗ୍ରୀ ଅତିଥି ମାନଙ୍କ ସ୍ୱାଗତ କରିବା ସହିତ ତାଙ୍କର ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ସଞ୍ଜନା ବାଲି ବାର୍ଷିକ ବିବରଣୀ ପାଠ କରିଥିଲେ। ପୁରସ୍କାର ବିତରଣୀ ଅବସରରେ ବିଦ୍ୟାଳୟର ଛାତ୍ର ସାହିଲ ମେହେରଙ୍କୁ (ମାଷ୍ଟର ଡିପିଏସ୍‌) ଏବଂ ଛାତ୍ରୀ ଏଲିଶା ଡୁଙ୍ଗଡୁଙ୍ଗ ( ମିସ୍‌ ଡିପିଏସ୍‌) ଭାବରେ ମନୋନୀତ ଓ ପୁରସ୍କୃତ ହୋଇଥିଲେ।

    ଏହି ଅବସରରେ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ରାଜେନ୍ଦ୍ର ବାରିକ, ମିନାକ୍ଷୀ ବାରିକ, ପ୍ରହ୍ଲାଦ ସା ଓ ଅନ୍ୟାନ୍ୟ ଶିକ୍ଷକମାନଙ୍କ ନିର୍ଦେଶନାରେ ବିଦ୍ୟାଳୟର ଛାତ୍ର, ଛାତ୍ରୀମାନେ ଚମତ୍କାର ନୃତ୍ୟ ଓ ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ। ବିଦ୍ୟାଳୟର ନିର୍ଦ୍ଦେଶକ ଅରୁଣ ମିଶ୍ରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା। ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୂଚାରୁ ରୂପେ ପରିଚାଳନା କରିଥିଲେ। ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ମଧୁମିତା ସୁନା ଧନ୍ୟବାଦ ଅର୍ପଣ କରିବା ପରେ ଉତ୍ସବଟି ସମାପିତ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28 ° C
    28 °
    28 °
    69 %
    2.1kmh
    72 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ