Wednesday, September 23, 2026
24.9 C
Odisha

    ଆଜି ରିଲିଜ୍‌: ମେଁ ଅଟଲ୍‌ ହୁଁ ଓ ସିକ୍ସ-ନାଇନ୍‌-ଫାଇଭ୍‌

    ଆଗକୁ ପଢନ୍ତୁ

    ଶୁକ୍ରବାର ବଡ଼ ପରଦାକୁ ଆସୁଛି ଦୁଇଟି ଚର୍ଚ୍ଚିତ ଫିଲ୍ମ ‘ମେଁ ଅଟଲ ହୁଁ’ ଓ ‘ସିକ୍ସ-ନାଇନ୍‌-ଫାଇଭ୍‌(୬-୯- ୫)’। ‘ମେଁ ଅଟଲ ହୁଁ’ ପୂର୍ବତନ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିବା ବେଳେ ‘ସିକ୍ସ-ନାଇନ୍‌-ଫାଇଭ୍‌’ରେ ରାମ ମନ୍ଦିର ପ୍ରତିଷ୍ଠା ପଛର ୩ଟି ପ୍ରମୁଖ ତାରିଖକୁ ନେଇ ପ୍ରସ୍ତୁତ ହୋଇଛି। ଅଯୋଧ୍ୟାରେ ଆସନ୍ତା ୨୨ ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ଅବ୍ୟବହିତ ପୂର୍ବରୁ ଏହି ଦୁଇ ଫିଲ୍ମକୁ ନେଇ ଦେଶରେ ବଡ଼ ଉତ୍କଣ୍ଠା ଦେଖିବାକୁ ମିଳିଛି। ଓଡ଼ିଶାର ବିଭିନ୍ନ ମଲ୍‌ରେ ‘ସିକ୍ସ-ନାଇନ୍‌-ଫାଇଭ୍‌’ ଅପେକ୍ଷା ‘ମେଁ ଅଟଲ ହୁଁ’ ଫିଲ୍ମ ଅଧିକ ବୁକିଂ ହୋଇଛି।

    ‘ମେଁ ଅଟଲ୍‌ ହୁଁ’ରେ ସ୍ବର୍ଗତ ବାଜପେୟୀଙ୍କ ଛାତ୍ର ଜୀବନରୁ ଆରମ୍ଭ କରି ଆର୍‌ଏସ୍‌ଏସ୍‌ରେ ଯୋଗଦାନ, ବିଭିନ୍ନ ପତ୍ରପତ୍ରିକାର ସମ୍ପାଦନା, ସ୍ୱାଧୀନତା ସଂଗ୍ରାମ ସହ ଦେଶର ପ୍ରଧାନମନ୍ତ୍ରୀ ହେବାର ସଫଳ ଯାତ୍ରାର କାହାଣୀ ଏଥିରେ ରହିଛି। ରବି ଯାଦବଙ୍କ ନିର୍ଦ୍ଦେଶନାରେ ଅଭିନେତା ପଙ୍କଜ ତ୍ରିପାଠୀ ଅଟଳବିହାରୀ ବାଜେପୟୀଙ୍କ ଭୂମିକାରେ ଅଭିନୟ କରିଥିବା ବେଳେ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଭୂମିକାରେ ପ୍ରମୋଦ ପାଠକ, ପଣ୍ଡିତ ଦିନ ଦୟାଲଙ୍କ ଭୂମିକାରେ ଦୟା ଶଙ୍କର ପାଣ୍ଡେ, କ୍ରିଷ୍ଣା ବିହାରୀ ବାଜପେୟୀଙ୍କ ଭୂମିକାରେ ପିୟୂଷ ମିଶ୍ର, ଗୋଲୱାର୍କ ଗୁରୁଜୀ ଭାବରେ ପ୍ରସନ୍ନ କେଟକର୍‌ ଅଭିନୟ କରିଛନ୍ତି। ୨ ଘଣ୍ଟା ୧୯ ମିନିଟ୍‌ର ଏହି ହିନ୍ଦୀ ବାୟୋପିକ୍‌କୁ ଋଷି ଭିର୍‌ମାନି ଲେଖିଛନ୍ତି। ସଙ୍ଗୀତରେ ସଲିମ୍‌-ସୁଲେମାନ୍‌, ଅମ୍ରିତ୍‌ ରାଜ, କୈଳାସ ‌ଖେର୍‌ ଓ ପାୟଲ୍‌ ଦେବ କାମ କରିଛନ୍ତି। ଭୁବନେଶ୍ବରର ୯ଟି ସିନେମା ମଲ୍‌ରେ ପ୍ରତିଦିନ ୩୩ଟି ସୋ ପାଇଁ ବ୍ୟବସ୍ଥା ଅଛି। ଟିକେଟ୍‌ ଦର ୧୪୦ ଟଙ୍କାର ୭୫୦ ଟଙ୍କା ରଖାଯାଇଛି।

    ବାବ୍ରି ମସ୍‌ଜିଦ୍‌ ଭଙ୍ଗାଠାରୁ ଆରମ୍ଭ କରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରମୁଖ ତାରିଖକୁ ନେଇ ସିକ୍ସ-ନାଇନ୍‌-ଫାଇଭ୍‌ ନିର୍ମାଣ କରାଯାଇଛି। ୬ ତାରିଖ(ଡିସେମ୍ବର ୧୯୯୨)ରେ ବାର୍ବି ମସ୍‌ଜିଦ୍‌ ଭାଙ୍ଗିବା, ୯ ତାରିଖ(ନଭେମ୍ବର ୨୦୧୯)ରେ ସୁପ୍ରିମ୍‌ କୋର୍ଟରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ରାୟ ପ୍ରକାଶ ପାଇବା ଓ ୫ ତାରିଖ(ଅଗଷ୍ଟ ୨୦୨୦)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିରର ଶିଳାନ୍ୟାସ କରିବା ଭଳି ଗୁରୁତ୍ବପୂର୍ଣ୍ଣ ତାରିଖକୁ ନେଇ ଫିଲ୍ମର ନାମ ୬-୯-୫ ରଖାଯାଇଛି। ଭୁବନେଶ୍ବରରେ ୫ଟି ମଲ୍‌ରେ ୭ଟି ସୋ ଲାଗିଛି। ଟିକେଟ୍‌ ଦର ୯୦ ଟଙ୍କାରୁ ୨୯୯ ଟଙ୍କା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.9 ° C
    24.9 °
    24.9 °
    94 %
    4.5kmh
    100 %
    Wed
    25 °
    Thu
    26 °
    Fri
    27 °
    Sat
    29 °
    Sun
    28 °

    ସମ୍ବନ୍ଧିତ