Saturday, July 27, 2024
24.8 C
Odisha

    ବିରୋଧୀ ଦଳ ନେତା ଓ କେନ୍ଦ୍ରମନ୍ତ୍ରୀଙ୍କୁ ରୋହିତ ପୂଜାରୀଙ୍କ ଟାର୍ଗେଟ । କେନ୍ଦ୍ରମନ୍ତ୍ରୀଙ୍କ ବାରମ୍ବାର ଗସ୍ତକୁ ନେଇ କଲେ କଟାକ୍ଷ

    ଆଗକୁ ପଢନ୍ତୁ

    କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ ରେଢାଖୋଲ ବିଧାୟକ ତଥା ବିଜେଡି ଉପସଭାପତି ରୋହିତ ପୂଜାରୀ । କେନ୍ଦ୍ରମନ୍ତ୍ରୀଙ୍କ ବାରମ୍ବାର ଗସ୍ତକୁ କଟାକ୍ଷ କରି କହିଛନ୍ତି, ବିଜେପିର ସ୍ଥାନୀୟ ନେତାଙ୍କ ଉପରେ ଭରସା ନାହିଁ । ତେଣୁ କେନ୍ଦ୍ରମନ୍ତ୍ରୀ ବାରମ୍ବାର ଆସି ସ୍ଥିତି ସୁଧାରିବାକୁ ପ୍ରୟାସ କରୁଛନ୍ତି । ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ରୋହିତ ପୂଜାରୀ । ସେ କହିଛନ୍ତି, ଜୟନାରାୟଣ ମିଶ୍ର ଆଉ ଜିତିବେ ନାହିଁ । ତାଙ୍କର ଦେଖା ନାହିଁ, ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି । ଏକଥା ବିଜେପି ଦଳର ଲୋକ କୁହାକୁହି ହେଉଥିବା କହିଲେ ରୋହିତ ପୂଜାରୀ । ଜୟନାରାୟଣ ମିଶ୍ରଙ୍କର ବୟସ ହେଲାଣି, ସେ ନିଜ ସ୍ୱାସ୍ଥ୍ୟକୁ ଜଗନ୍ତୁ । ଆଉ ବିଧାୟକ ହେବକୁ ମନ ବଳାନ୍ତୁ ନାହିଁ ବୋଲି ବିଜେଡି ଉପସଭାପତି ରୋହିତ ପୂଜାରୀ କହିଛନ୍ତି । ଗତକାଲି ରଣପୁରରୁ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଥିଲେ । କହିଥିଲେ, କେନ୍ଦ୍ରମନ୍ତ୍ରୀ ବିଏସକେୱାଇ କାର୍ଡକୁ ନିନ୍ଦା କରୁଛନ୍ତି । ଯଦି ସାହସ ଅଛି ତେବେ ବିଜେପି ଇସ୍ତାହାରରେ ବିଏସକେଓକ୍ୱାଇ କାର୍ଡକୁ ବନ୍ଦ କରିବାକୁ ଘୋଷଣା କରି ଦେଖାନ୍ତୁ ବୋଲି ଚ୍ୟାଲେଞ୍ଜ ଦେଇଥିଲେ । ଆଜି ପୁଣି ରୋହିତ ପୂଜାରି କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସମ୍ବଲପୁର ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ସମାଲୋଚନା କରିବା ପରଠୁ ବିଜେଡି କେନ୍ଦ୍ରମନ୍ତ୍ରୀଙ୍କୁ ଜୋରଦାର ଟାର୍ଗେଟ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ