Friday, October 9, 2026
24.1 C
Odisha

    ସବୁଜରୁ ଗେରୁଆ ହେଲା ‘ଲକ୍ଷ୍ମୀ’: କିଏ ରଙ୍ଗ ବଦଳାଉଛି କେହି ଜାଣନ୍ତିନି

    ଆଗକୁ ପଢନ୍ତୁ

    ଢେଙ୍କାନାଳ: ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଗମନାଗମନ ପାଇଁ ବିଜେଡି ସରକାର ଆରମ୍ଭ କରିଥିଲା ଲକ୍ଷ୍ମୀବସ୍‌ ଯୋଜନା। ବିଜେପି ସରକାର ଇତିମଧ୍ୟରେ ଶାସନକୁ ଆସିଛନ୍ତି। ସରକାର ନିର୍ଦ୍ଦେଶ ଦେଇଛନ୍ତି କି ନାହିଁ, ଜଣାନାହିଁ। କିନ୍ତୁ ଦେଖାଯାଇଛି ଯେ ଏ ବସ୍‌ଗୁଡ଼ିକ ସବୁଜରୁ ଗେରୁଆକୁ ରୂପାନ୍ତରିତ କରାଯାଉଛି। ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ଭିତରେ ରହିଥିବା ପ୍ରାୟ ୨୮ ଲକ୍ଷ୍ମୀବସ୍‌କୁ ଏହିପରି ଗେରୁଆ ରଙ୍ଗ କରାଯାଉଛି। ନିର୍ବାଚନରେ ବିଜେଡି ପରାଜିତ ହେବା ପରଦିନ ରାତାରାତି ଲକ୍ଷ୍ମୀବସ୍‌ଗୁଡ଼ିକରୁ ‘ଶଙ୍ଖ’ ଲୋଗୋ ଷ୍ଟିକର ହଟାଇ ଦିଆଯାଇଥିଲା। ଗତ ଜାନୁଆରି ୩୧ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଚଳାଚଳ ଶୁଭାରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୬୦ଟି ବସ୍‌ ୫୩ଟି ରୁଟ୍‌ରେ ଚାଲିବା ଲାଗି ସ୍ଥିର ହୋଇଥିଲା।
    ଏବେ ସୁଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ୨୫ଟି ଲକ୍ଷ୍ମୀବସ୍‌ ଓ ସଦର ବ୍ଲକ୍‌ ପାଇଁ ମଧ୍ୟ ୪ଟି ବସ୍‌ ବିଭିନ୍ନ ଅଞ୍ଚଳକୁ ଚଳାଚଳ କରୁଛି। ସରକାର ପରିବର୍ତ୍ତନ ପରେ ବସ୍‌ ଚଳାଚଳ କରିବ ନାହିଁ ଚର୍ଚ୍ଚା ହେଉଥିଲା। ହେେଲ ବସ୍‌ଗୁଡ଼ିକ ଚାଲିବା ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ। କିନ୍ତୁ ବସ୍‌ଗୁଡ଼ିକରୁ ବିଜେଡିର ଦଳୀୟ ଚିହ୍ନକୁ ପରିବର୍ତ୍ତନ କରାଯାଉଛି ବୋଲି କହିଛନ୍ତି। ତେବେ ଢେଙ୍କାନାଳ ବସ‌୍‌ଷ୍ଟାଣ୍ଡରେ ରହୁଥିବା ବସ୍‌ଗୁଡ଼ିକୁ ଗେରୁଆ ରଙ୍ଗ କରାଯାଉଛି। ଆଜି ୩ଟି ବସ୍‌ର ରଙ୍ଗ ବଦଳା ଯାଇଛି। ହେଲେ ଏସଂପର୍କରେ ଆର୍‌ଟିଓଙ୍କ ପାଖରେ କୌଣସି ସୂଚନା ନାହିଁ। ଦାୟିତ୍ୱରେ ରହିଥିବା ଓଏସ୍‌ଆର୍‌ଟିସି ମ୍ୟାନେଜର୍‌ଙ୍କ ପାଖରେ ବି କୌଣସି ସୂଚନା ନାହିଁ। ବସ ରଙ୍ଗ ବଦଳାଇବା ପାଇଁ କିଏ କହିଲା, ତାହା ଜଣାପଡ଼ିନାହିଁ।

    ଢେଙ୍କାନାଳ ଓଏସ୍‌ଆର୍‌ଟିସି ମ୍ୟାନେଜର ରଶ୍ମିତା ପ୍ରିୟଦର୍ଶନୀ କହିଛନ୍ତି, ଲିଖିତଭାବେ କୌଣସି ସୂଚନା ନାହିଁ। ପରିବହନ ମନ୍ତ୍ରୀ ଯାହା କହିଛନ୍ତି ସେହି ଖବର ଲେଖିଦିଅନ୍ତୁ। ଯଦି ଅଧିକ ସୂଚନା ଆବଶ୍ୟକ ଓଏସ୍‌ଆର୍‌ଟିସି ଭୁବନେଶ୍ୱର ସହ ଯୋଗାଯୋଗ କରନ୍ତୁ ବୋଲି ସେ କହିଥିଲେ। କିନ୍ତୁ କାହା ସହ ଯୋଗାଯୋଗ କରାଯିବ ତାଙ୍କ ନମ୍ବର ଦିଅନ୍ତୁ ମାଗିବାରେ ତାହା ତାଙ୍କୁ ଜଣାନାହିଁ ବୋଲି କହିଥିଲେ। ଢେଙ୍କାନାଳ ଆର୍‌ଟିଓ ପ୍ରଣୟ କୁମାର ମିଶ୍ର କୁହନ୍ତି, ଲକ୍ଷ୍ମୀବସ୍‌ ଓଏସ୍‌ଆର୍‌ଟିସି ଅଧୀନରେ ରହିଛି। ଏଠି ରହିଥିବା ତାଙ୍କ ମ୍ୟାନେଜର୍‌ଙ୍କ ସହ ସେ କଥା ହୋଇଛନ୍ତି କିନ୍ତୁ ରଙ୍ଗ ବଦଳିବା ନେଇ ସେ କିଛି କହିନାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    78 %
    1.6kmh
    1 %
    Fri
    24 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ