Saturday, July 27, 2024
24.6 C
Odisha

    କାଲି ବିଜେଡିର ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ଓ ପରିଷଦ ବୈଠକ

    ଆଗକୁ ପଢନ୍ତୁ

    ବିଜେଡିର ଗୁରୁତ୍ବପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ଓ ପରିଷଦ ବୈଠକ। ୩ ବର୍ଷ ପରେ ବିଜେଡିର କାର୍ଯ୍ୟକାରିଣୀ ବସିବାକୁ ଯାଉଛି। ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳ ରଣନୀତି ପ୍ରସ୍ତୁତ କରିବ। ୨୦୨୪ ନିର୍ବାଚନ ପାଇଁ ମୂଳଦୂଆ ପଡ଼ିବ । କେଉଁ କେଉଁ ପ୍ରସଙ୍ଗ ଧରି , କେଉଁ ଆଭିମୁଖ୍ୟ ରଖି ନିର୍ବାଚନକୁ ଦଳ ଓହ୍ଲାଇବ ତାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ । ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିରାଟ ପ୍ଲାନ ପ୍ରସ୍ତୁତ। ଶଙ୍ଖଭବନରେ ପଡ଼ିବ ମୂଳଦୂଆ। ଆସନ୍ତକାଲି ଶଙ୍ଖଭବନରେ ପ୍ରଥମ ଥର ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ଓ ପରିଷଦ ବୈଠକ ବସିବାକୁ ଯାଉଛି। ବିଜେଡି ଟାର୍ଗେଟରେ ରହିଛି ୧ କୋଟି ୩୦ ଲକ୍ଷ ଭୋଟ୍।ଏଥିପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବ ଦଳ। ୨୪ ନିର୍ବାଚନରେ ଦଳ ୧ କୋଟି ୩୦ ଲକ୍ଷରୁ ଅଧିକ ଭୋଟ୍ ହାତେଇବା ପାଇଁ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ୫୦ ପ୍ରତିଶତରୁ ଅଧିକ ମତଦାନ ନିଜ ସପକ୍ଷରେ ଆଣିବା ପାଇଁ ଟାର୍ଗେଟ ରଖିଛି ବିଜେଡି ।୨୦୧୯ରେ ଦଳ ବିଧାନସଭା ନିର୍ବାଚନରେ ୧ କୋଟି ୪ ଲକ୍ଷ ଭୋଟ ପାଇଥିଲା। ସେହିପରି ଗତ ପଞ୍ଚାୟତ ନିର୍ବାଚନରେ ୧ କୋଟି ୨୦ ଲକ୍ଷ ଭୋଟ ପାଇଥିଲା ବିଜେଡି। ଏବେ ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩ କୋଟି ୨୬ ଲକ୍ଷ। ଏଥିରୁ ୧ କୋଟି ୩୦ ଲକ୍ଷରୁ ଅଧିକ ଭୋଟ ବିଜେଡି କିପରି ନିଜ ସପକ୍ଷରେ ଆଣିବ ସେନେଇ ଆସନ୍ତାକାଲି ମୂଳଦୂଆ ପକାଇବ ବିଜେଡି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ