Thursday, October 1, 2026
23.4 C
Odisha

    ହେମନ୍ତ ସୋରେନ ନିର୍ଦ୍ଦୋଷ: ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗତକାଲି ଜେଲ୍‌ରୁ ମୁକୁଳିଥିଲେ । ଜମି ଦୁର୍ନୀତି ମାମଲା‌ ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ସୋରେନ ଦୀର୍ଘ ୫ ମାସ ହେବ ଜେଲ୍‌ରେ ଥିଲେ। ଝାଡ଼ଖଣ୍ଡ ହାଇକୋର୍ଟ ଗତକାଲି ହେମନ୍ତ ସୋରେନଙ୍କୁ ଜାମିନ ମଂଜୁର କରିବାପରେ ସେ ଜେଲ୍‌ରୁ ବାହାରିଥିଲେ । ସୋରେନ ଗତ ଜାନୁଆରି ୩୧ ତାରିଖରେ ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ଗିରଫ ହୋଇଥିଲେ।

    ଗିରଫ ହେବା‌ ସମୟରେ ସୋରେନ ତାଙ୍କ ବିରୋଧରେ ଥିବା ଜମି ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରିଥିଲେ। ତେବେ ଏହାକୁ ନେଇ ଉଦ୍ଧବ ବାଲାସାହେବ ଠାକରେ ପାର୍ଟି ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି ଯେ ୧୦ ବର୍ଷ ମଧ୍ୟରେ ଇଡି-ସିବିଆଇ ଯେତେଜଣ ରାଜନୈତିକ ନେତାଙ୍କୁ ଗିରଫ କରିଛନ୍ତି ସେମାନଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ମିଳିନାହିଁ। ମୁଁ ଏହାର ଉଦାହରଣ | ଅନିଲ ଦେଶମୁଖଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ। କେଜ୍ରିୱାଲଙ୍କୁ ମଧ୍ୟ ଗିରଫ କରି ଜେଲରେ ରଖାଯାଇଛି | ହେମନ୍ତ ସୋରେନଙ୍କ ବିରୋଧରେ ବି କୌଣସି ପ୍ରମାଣ ନାହିଁ। ଏହି ଦେଶର ଏଜେନ୍ସିମାନେ ମୋଦୀ-ଶାହାଙ୍କ ବ୍ୟକ୍ତିଗତ ଏଜେନ୍ସି ଭାବେ କାର୍ଯ୍ୟ କରୁଛନ୍ତି | ହେମନ୍ତ ସୋରେନ ନିର୍ଦ୍ଦୋଷ ଥିଲେ | ଉଲ୍ଲେଖ ଥାଉ କି ଗତକାଲି ବି ହେମନ୍ତ କହିଥିଲେ ଯେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଦ୍ବାରା ଏହା ତାଙ୍କ ବିରୋଧରେ ଏକ ପ୍ରତିଶୋଧମୂଳକ ରାଜନୀତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.4 ° C
    23.4 °
    23.4 °
    85 %
    1.4kmh
    72 %
    Wed
    23 °
    Thu
    30 °
    Fri
    30 °
    Sat
    30 °
    Sun
    31 °

    ସମ୍ବନ୍ଧିତ