Sunday, October 18, 2026
22.4 C
Odisha

    ଶୀତରେ ଥରୁଛି ଉତ୍ତର ଭାରତ: ଅନେକ ସ୍ଥାନରେ ତାପମାତ୍ରା ହ୍ରାସ

    ଆଗକୁ ପଢନ୍ତୁ

    ସିମ୍‌ଲା: ଉତ୍ତର ଭାରତର ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ହିମାଚଳ ପ୍ରଦେଶର କିଛି ସ୍ଥାନରେ ବିଶେଷ ଭାବେ ଶୀତଳ ଲହରୀ ଖେଳିଯାଇଛି। ଅଧିକାଂଶ ରାଜ୍ୟରେ ସକାଳୁ ଘନ କୁହୁଡ଼ିର ଏକ ସ୍ତର ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ହିମାଚଳ ପ୍ରଦେଶର ଉଚ୍ଚ ଅଞ୍ଚଳରେ ପୁଣି ଥରେ ହାଲୁକାରୁ ମଧ୍ୟମ ତୁଷାରପାତ ହୋଇଛି ଏବଂ କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇଛି। ପାରଦ ୧-୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଛି।

    ଜାଡ଼ରେ ଥରୁଛି ଉତ୍ତର ଭାରତ । ଧଳା ଚାଦରରେ ଘୋଡ଼ାଇ ହୋଇଛି ହିମାଚଳ ପ୍ରଦେଶ । ହିମାଚଳର ଲାହୌଲ ଓ ସ୍ପିତିରେ ପ୍ରବଳ ତୁଷାରପାତ ହୋଇଛି । ତୁଷାରପାତ ପରେ ପ୍ରକୃତିର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଇଛି । ପ୍ରବଳ ତୁଷାରପାତ ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି ।

    ସେପଟେ କାର୍ଗିଲ ଜୋଜିଲା ପାସରେ ବି ତୁଷାରପାତ ଯୋଗୁ ରାସ୍ତା ସାରା ବରଫ ଜମି ରହିଛି । ବର୍ଡର ରୋଡ ଅର୍ଗାନାଇଜେସନ ପକ୍ଷରୁ ସ୍ନୋ କ୍ଳିଅରାନ୍ସ ପରେ ଯାତାୟତ ସ୍ବାଭାବିକ ହୋଇଛି । ତେବେ ଉତ୍ତର ଭାରତରେ ପ୍ରବଳ ଶୀତଲହରି ଲାଗିରହିଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶରେ ଲାଗିରହିଛି ଶୀତଲହରି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.4 ° C
    22.4 °
    22.4 °
    89 %
    1.4kmh
    19 %
    Sat
    22 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ