Sunday, October 4, 2026
23.6 C
Odisha

    କଲେଜ ଛାତ୍ର ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାଜ୍ୟ ରାଜପଥ ଅବରୋଧ, ଯାତାୟତ ଠପ୍

    ଆଗକୁ ପଢନ୍ତୁ

    ଡାବୁଗାଁ: ନବରଂଗପୁର ଜିଲ୍ଲା ଡାବୁଗାଁସ୍ଥିତ ଭୈରବ ଯୁକ୍ତ ତିନି ମହାବିଦ୍ୟାଳୟର ଦ୍ଵିତୀୟ ବର୍ଷ ଛାତ୍ର ଦୀପକ ଗଣ୍ଡଙ୍କର ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ପରେ ଆଜି ଉତ୍ତେଜନା ଦେଖାଯାଇଛି। ଛାତ୍ରଛାତ୍ରୀମାନେ କ୍ଷତିପୂରଣ ଦାବିରେ ନବରଙ୍ଗପୁର-ଉମରକୋଟ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଜିଲ୍ଲାର ଏହି ଦୁଇ ସହରକୁ ଯାତାୟତ ଠପ୍ ରହିଛି। ସୂଚନା ଅନୁସାରେ ଗତ ୩୧ ତାରିଖ ଦିନ ପୂର୍ବାହ୍‌ଣ ୧୧ଟାରେ ନିଜର ଜଣେ ସାଙ୍ଗଙ୍କ ସହିତ ଦୀପକ ଗଣ୍ଡ ବଜାରକୁ କିଛି ଜିନିଷପତ୍ର କିଣିବାକୁ ଯାଇଥିଲେ। ବଜାର କାମ ସାରି ଭୈରବ ଯୁକ୍ତ ତିନି ମହାବିଦ୍ୟାଳୟର ଛାତ୍ରାବାସକୁ ଫେରିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୀପକ ଛଟପଟ ହେଉଥିବା ବେଳେ ଗାଡ଼ିଟି ଉମରକୋର୍ଟ ରାସ୍ତାରେ ଦ୍ରୁତଗତିରେ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରୁ ଦୀପକଙ୍କୁ ଉଦ୍ଧାର ପରେ କୋରାପୁଟ ବଡ଼ମେଡିକାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ଗତକାଲି ମୃତ ଘୋଷଣା କରିଥିଲେ।

    ତେବେ ଦୁର୍ଘଟଣାକୁ ତିନି ଦିନ ହୋଇଥିଲେ ବି ପୁଲିସ ଅଭିଯୁକ୍ତ ଡ୍ରାଇଭରଙ୍କୁ ଗିରଫ କରିପାରି ନାହିଁ। ଦୁର୍ଘଟଣା କରିଥିବା ଗାଡ଼ି ମଧ୍ୟ ଏଯାଏଁ ଚିହ୍ଟ ହୋଇପାରି ନାହିଁ। ତେଣୁ କଲେଜ ଛାତ୍ରଛାତ୍ରୀମାନେ ଆଜି ରାଜରାସ୍ତା ଅବରୋଧ ସହ କ୍ଷତିପୂରଣ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ