Wednesday, October 7, 2026
22.5 C
Odisha

    ଟ୍ରକ ଧର୍ମଘଟକୁ ନେଇ ଚିନ୍ତାରେ ସରକାର, ଟ୍ରାନ୍ସପୋର୍ଟ ୟୁନିୟନକୁ ଆଲୋଚନା ପାଇଁ ଡାକିଲେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସରକାରଙ୍କ ନୂଆ ହିଟ୍-ଏଣ୍ଡ-ରନ୍ (ଦୁର୍ଘଟଣା) ଆଇନକୁ ବିରୋଧ କରି ବସ୍ ଓ ଟ୍ରକ୍ ଚାଳକଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଜାରି ରହିଛି। ସୋମବାର ମଧ୍ୟପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼, ହରିୟାଣା, ପଞ୍ଜାବ ସମେତ ଅନେକ ରାଜ୍ୟରେ ଟ୍ରକ୍ ଓ ବସ୍ ଚାଳକମାନେ ଧର୍ମଘଟ କରିଥିଲେ। ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର, ଗ୍ୱାଲିୟର, ଜବଲପୁର ସମେତ ଅନ୍ୟାନ୍ୟ ସହରରେ ବସ୍ ଚଳାଚଳ କରିନଥିଲା। ଛତିଶଗଡର ବିଳାସପୁରରେ ଟ୍ରକ ଚାଳକମାନେ ଟାୟାର ଜାଳିଥିବା ବେଳେ ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (ଏଆଇଏମଟିସି) ହିଟ୍ ଆଣ୍ଡ ରନ୍ ଆଇନକୁ କଡ଼ାକଡ଼ି କରିବାକୁ ବିରୋଧ କରିଛି। ଟ୍ରକ ଓ ବସ ଚାଳକଙ୍କ ଏହି ଧର୍ମଘଟ ଫଳରେ ସାରା ଦେଶରେ ବିଭିନ୍ନ ସାମଗ୍ରୀର ପରିବହନ ପ୍ରଭାବିତ ହୋଇଛି । କେତେକ ରାଜ୍ୟରେ ପେଟ୍ରୋଲ ଟାଙ୍କି ଗୁଡ଼ିକରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଏହା ଯୋଗୁଁ ସରକାରଙ୍କ ଚିନ୍ତା ବଢିଯାଇଛି । ଅଚଳାବସ୍ଥାର ଅବସାନ ପାଇଁ ସରକାର ଧର୍ମଘଟକାରୀ ଟ୍ରାନ୍ସପୋର୍ଟର୍ସମାନଙ୍କୁ ଆଲୋଚନାକୁ ଡକାଇଛନ୍ତି । କେନ୍ଦ୍ର ଗୃହ ସଚିବ ମଙ୍ଗଳବାର ସର୍ବଭାରତୀୟ ମୋଟର ପରିବହନ କଂଗ୍ରେସ ସହ ବୈଠକ କରିବେ । ଏହି ବୈଠକ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହେବ। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ସହ ସାଧାରଣ ଲୋକଙ୍କୁ ଯେପରିକି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ, ସେ ନେଇ ଏହି ବୈଠକରେ ଆଲୋଚନା କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ