Monday, September 28, 2026
27.5 C
Odisha

    କ୍ଷୟକ୍ଷତି ଆକଳନ କରାଯାଇ ଓଡ଼ିଶା ରିଲିଫ କୋଡ଼ ଅନୁସାରେ କ୍ଷତିପୂରଣ ଦିଆଯିବ: ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଶୂନ୍ୟକାଳରେ ମାଲକାନଗିରି ଏବଂ କୋରାପୁଟରେ ବଡ ବର୍ଷା ଓ ବନ୍ୟା କ୍ଷୟକ୍ଷତି ନେଇ ପ୍ରଶ୍ନ ଉଠାଇଲେ ପ୍ରତାପ ଦେବ ଏବଂଏହାର ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

    ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ କହିଥିଲେ, ପାଣିପାଗ ସୂଚନା ଦିଆଯାଇଥିଲା ଦକ୍ଷିଣ ଓଡ଼ିଶାର ମାଲକାନଗିରି ଓ କୋରାପୁଟ, ରାୟଗଡ଼ାରେ ବର୍ଷା ହେବ। ଏଥିରେ ବିଶେଷ କ୍ଷୟକ୍ଷତି ହୋଇଛି। | ମକା ଠାରୁ ଆରମ୍ଭ କରି ବିଭିନ୍ନ ଫସଲ ନଷ୍ଟ ହୋଇଛି। ରାଜ୍ୟର ଏସଆରସି, କୃଷି ଓ ରାଜସ୍ବ ବିଭାଗ କଣ ପଦକ୍ଷେପ ନେଇଛନ୍ତି, ଜନସାଧାରଣଙ୍କ କ୍ଷତି ସଂପର୍କରେ ସରକାର ଅବଗତ ଅଛନ୍ତି କି? ୭୨ ଘଣ୍ଟା ହେଇଗଲା ସରକାର କିଛି କଲେନାହିଁ, ବିଧିବଦ୍ଧ ଘୋଷଣା କଲେ ନାହିଁ। କଣ ସାହାଯ୍ୟ ଦିଆଯିବ ସେ ନେଇ ମନ୍ତ୍ରୀଙ୍କ ଉତ୍ତର ଚାହିଁଲେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ।

    ଗୃହରେ ସ୍ପଷ୍ଟୋକ୍ତି ରଖି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ୯ ତାରିଖ ଦିନ ପୂର୍ବ ସୂଚନା ମିଳିଥିଲା, ପୂର୍ବ ଅନୁମାନରେ ଯାହା ସୂଚନା ଥିଲା ବର୍ଷା ପ୍ରବଳ ହେବାର ଥିଲା। କୋରାପୁଟ ଓ ମାଲକାନଗିରିରେ କ୍ଷତି ହୋଇଛି। କୋରାପୁଟରେ କ୍ଷତି କମ୍, ମାଲକାନଗିରିରେ ଅଧିକ କ୍ଷତି ହୋଇଥିଲା। ତଳିଆ ବ୍ରିଜ ପାଇଁ ରାସ୍ତା ବିଛିନ୍ନ ହେଇଯାଉଛି। ୬ଟା ଓଡ୍ରାଫ ଟିମ ମହଜୁଦ ୫ଟି ଅଗ୍ନିଶମ ଓ ଡିଜି ଅଗ୍ନିଶମ ଓ ଡିଜି ହୋମଗାର୍ଡ ଏବଂ ତାଙ୍କ ସହିତ ଏସଏସି ଏସଏସଟି ବିଭାଗର ଦୁଇ ଅଫିସର ଯାଇଥିଲେ। କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସହ ବିଭାଗର ସଚିବ କଥା ହୋଇଥିଲେ। ଏନଡିଆରଏଫର ୨ ପ୍ଲାଟୁନ ବିଏସଏଫ୍ ଓ ଚପରକୁ ଷ୍ଟାଣ୍ଡ ବାଇରେ ରଖାଯାଇଥିଲା। ଏବେ ପାଣି କମିଗଲାଣି, ଅଧିକ ପାଣି ଛାଡୁଛି। ୧୭୮୦ ଜଣ ଲୋକ ରିଲିଫ ସେଣ୍ଟରରେ ଅଛନ୍ତି। ଘରକୁ ଫେରିବା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଦିଆଯିବ। ସ୍ୱାସ୍ଥ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ନିୟୋଜିତ ଅଛନ୍ତି। ପାଣି ଛାଡ଼ବା ପରେ କ୍ଷୟକ୍ଷତି ଆକଳନ କରାଯାଇ ଓଡ଼ିଶା ରିଲିଫ କୋଡ଼ ଅନୁସାରେ କ୍ଷତିପୂରଣ ଦିଆଯିବ। ରାଜ୍ୟରେ ବଡ଼ ବିପର୍ଯ୍ୟୟ ପଡିଲେ, ସରକାରଙ୍କ ତରଫରୁ ଲିଖିତ ବିବୃତି ଗୃହରେ ରଖିବା କଥା। ଯେହେତୁ ନୂଆ ସରକାର ଆସିଛନ୍ତି, ଆଗାମୀ ଦିନରେ ଲିଖିତ ବିବୃତି ରଖିବା ପାଇଁ ପରାମର୍ଶ ଦେଇଥିଲେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ