Friday, October 2, 2026
24.8 C
Odisha

    ଭଙ୍ଗା ବଦଳରେ ଭଲ ଗୋଡ଼ର ଅସ୍ତ୍ରୋପଚାର କଲେ ଡାକ୍ତର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସୁଲତାନପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଡାକ୍ତରଙ୍କ ଅବହେଳା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି।
    ସୂଚନାଯୋଗ୍ୟ, ପ୍ରତାପଗଡ଼ ଜିଲ୍ଲାର କହ୍ନେଇ ଥାନାଅଞ୍ଚଳସ୍ଥ ସିକରି କାନପୁର ଗ୍ରାମରେ ରାହୁଥିବା ଭୁଇଲା ଦେବୀଙ୍କ ବାମଗୋଡ଼ରେ ଆଘାତ ଲାଗି ଭାଙ୍ଗିଯାଇଥିଲା। ଏହାପରେ ସୁଲତାନପୁରର ଅସ୍ତିରୋଗ ବିଶେଷଜ୍ଞ ଭୁଇଲା ଦେବୀଙ୍କ ଗୋଡ଼ର ଅସ୍ତ୍ରୋପଚାର ପାଇଁ କହିଥିଲେ।
    ଏହି ଘଟଣା ପ୍ରଘଟ ହେବାପରେ ପରିବାରଲୋକ ହସ୍ପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି କରିଥିଲେ। ଭୟରେ ବୃଦ୍ଧାଙ୍କ ଗୋଡ଼ର ଅସ୍ତ୍ରୋପଚାର କରିଥିବା ଡାକ୍ତର ପିକେ ପାଣ୍ଡେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏନେଇ ଭୁଇଲା ଦେବୀଙ୍କ ପରିବାରଲୋକ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ହସ୍ପିଟାଲ ପରିଚାଳକ ଡାକ୍ତର ଆଶୁତୋଷ ଶ୍ରୀବାସ୍ତ ସଫେଇ ଦେଇ କହିଛନ୍ତି,‘ ଭୁଇଲା ଦେବୀଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିଲା ସତ କିନ୍ତୁ ତାଙ୍କ ଡାହାଣ ଗୋଡ଼ ଫୁଲି ଯିବା ସହିତ ରକ୍ତ ଜମାଟ ବାନ୍ଧୁଥିଲା। ଏହି କାରଣରୁ ତାଙ୍କ ଉଭୟ ଗୋଡ଼ର ଅସ୍ତ୍ରୋପଚାର କରାଯାଇଛି।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    85 %
    1.3kmh
    97 %
    Fri
    24 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ