Friday, October 18, 2024
25 C
Odisha

    ଚେନ୍ନାଇ ପ୍ରବଳ ବର୍ଷା: ସୁପରଷ୍ଟାର ରଜନୀକାନ୍ତଙ୍କ ଘରେ ପଶିଲା ପାଣି

    ଆଗକୁ ପଢନ୍ତୁ

    ତାମିଲନାଡୁ, ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ସ୍କୁଲ, କଲେଜ ବନ୍ଦ ରହିଛି । ବିଭିନ୍ନ ଅଞ୍ଚଳରେ ପାଣି ଭରିଛି । ପ୍ରବଳ ବର୍ଷାରେ କେବଳ ସାଧାରଣ ଜନତା ନୁହେଁ ବରଂ ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ସମସ୍ୟାର ସାମ୍ନା କରିଛନ୍ତି । ରଜନୀକାନ୍ତଙ୍କ ଚେନ୍ନାଇ ସ୍ଥିତ ଘରେ ପାଣି ପଶିଥିବାର ଭିଡିଓ ସାମ୍ନାକୁ ଆସିଛି । ରଜନୀକାନ୍ତଙ୍କ ଘର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି । ତେବେ ଚେନ୍ନାଇରେ ପାଣିପାଗ ବିଭାଗ ପକ୍ଷରୁ ଅତ୍ୟଧିକ ବର୍ଷା ପାଇଁ ଚେତାବନୀ ଜାରି କରାଯାଇଛି । ଫଳରେ ଚେନ୍ନାଇର ଆଖପାଖ ଅଞ୍ଚଳ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଅନେକ ଟ୍ରେନ, ବିମାନ ଏବଂ ବସ୍‌ ସେବା ବାତିଲ ହୋଇଛି । କେତେକ ଟ୍ରେନର ରୁଟ୍‌ ପରିବର୍ତ୍ତନ କରାଯାଇଛି । ଏପରି ସ୍ଥଳରେ ତାମିଲନାଡୁ ସରକାର ଛୁଟି ଘୋଷଣା କରିଛନ୍ତି । ସମସ୍ତ ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍‌ ଆଲର୍ଟ ମୋଡରେ ରହିଛି । ଚେନ୍ନାଇ ଏବଂ ଅନ୍ୟ ଜିଲ୍ଲାରେ ପାଖାପାଖି ୨୧୯ ଟିମ୍‌ ନିୟୋଜିତ ରହିଛି ।

    ଆଜି ପାଇଁ ତିରୁବ୍ଳଲୁର, କାଂଚିପୁରମ, ଚେଙ୍ଗଲପଟ୍ଟୁ ଏବଂ ଚେନ୍ନାଇ ସହିତ ତାମିଲନାଡୁରେ କିଛି ଅଞ୍ଚଳରେ ପାଣି ଜମିଛି । ବୁଧବାର ବେଙ୍ଗାଲୁରୁରେ ବର୍ଷାର ପରିମାଣ ବଢ଼ିବାର ଆଶଙ୍କା ରହିଛି । ତେଣୁ ସହରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାରୁ ବିଭିନ୍ନ କମ୍ପାନୀର କର୍ମଚାରୀଙ୍କୁ ଅଫିସ ବଦଳରେ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି । ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅନଲାଇନ କ୍ଲାସ ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ପ୍ରାଥମିକ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ପିଲାମାନଙ୍କୁ ଦିଆଯାଇଥିବା ପାଠକୁ ଘରେ ରହି ଶେଷ କରିବାକୁ କୁହାଯାଇଛି ।

    ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ମଙ୍ଗଳବାର ମଧ୍ୟ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହୋଇଛି । ବର୍ଷାକୁ ଦୃଷ୍ଟିରେ ରଖି ବିବିଏମପି ତା’ର ୮ଟି ଯାକ ଜୋନରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିଛି । ଏଥିସହ ୧୫୩୩ ହେଲଲାଇନ ନମ୍ବର ଜାରି କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ