Sunday, September 27, 2026
24.7 C
Odisha

    ଏହି ଅସ୍ତ୍ରୋପଚାର ପାଇଁ ଆଇପିଏଲ-୨୦୨୪ ଖେଳିବେନି ସୂର୍ଯ୍ୟକୁମାର ଯାଦବ !

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୭ତମ ସିଜିନ୍ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ପ୍ରାରମ୍ଭିକ ମ୍ୟାଚରୁ ବାଦ ପଡିବେ ବୋଲି ଜଣାପଡ଼ିଛି। ସୂର୍ଯ୍ୟକୁମାର ଯାଦବଙ୍କ ହାର୍ନିଆ ସମସ୍ୟା ଥିବାରୁ ଏବେ ତାଙ୍କର ଅସ୍ତ୍ରୋପଚାର କରାଯିବ। ଏହି ଅସ୍ତ୍ରୋପଚାର ପରେ ସୂର୍ଯ୍ୟକୁମାର କ୍ରିକେଟ୍ ପଡ଼ିଆଠାରୁ ପ୍ରାୟ ତିନିମାସ ଦୂରରେ ରହିବେ। ମାର୍ଚ୍ଚ ଶେଷ ସପ୍ତାହରେ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଥିବାରୁ ସୁର୍ଯ୍ୟକୁମାର ଯାଦବଙ୍କ ପାଇଁ ପ୍ରାରମ୍ଭିକ ମ୍ୟାଚ୍ ଖେଳିବା କଷ୍ଟକର ହେବ। ହାର୍ନିଆ ବ୍ୟତୀତ ସୂର୍ଯ୍ୟକୁମାର ଯାଦବଙ୍କ ଗୋଡରେ ଆଘାତ ଲାଗିଛି। ବିଶ୍ୱକପ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବ ଭଲ ପ୍ରଦର୍ଶନ କରିଥିବା ବେଳେ ଏହି ସିରିଜର ଶେଷ ମ୍ୟାଚରେ ସେ ଆହତ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବଙ୍କ ଗୋଡରେ ଆଘାତ ଲାଗିବା ସମୟର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କୁହାଯାଉଛି ଯେ, ସୂର୍ଯ୍ୟକୁମାର ଯାଦବଙ୍କୁ ଅସ୍ତ୍ରୋପଚାର ପରେ ପଡ଼ିଆକୁ ଫେରିବା ପାଇଁ ୮ରୁ ୯ସପ୍ତାହ ଲାଗିବ। ତେଣୁ ‌ସେ ଆଇପିଏଲର ପ୍ରଥମ ମ୍ୟାଚ୍ ଖେଳିନପାରନ୍ତି। ହେଲେ ଯଦି ସେ ପୂର୍ବରୁ ଫିଟ୍ ହୋଇଗଲେ, ତେବେ ତାଙ୍କୁ ତାଙ୍କ ପ୍ରଶଂସକ ପଡ଼ିଆରେ ଦେଖିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ