Sunday, October 18, 2026
24 C
Odisha

    ଛାଡ଼ପତ୍ର ଚର୍ଚ୍ଚା ଭିତରେ ସ୍ବାମୀଙ୍କ କବାଡ଼ି ଟିମ୍‌କୁ ‘ଚିୟର୍’ କଲେ ଐଶ୍ବର୍ଯ୍ୟା

    ଆଗକୁ ପଢନ୍ତୁ

    ମୁମ୍ବାଇ: ସଂପର୍କରେ ଫାଟ ଖବର ଭିତରେ ବିଶ୍ବ ସୁନ୍ଦରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ଶଶୁର ଅମିତାଭ ବଚ୍ଚନଙ୍କ ସହ ମିଶି ସ୍ବାମୀ ଅଭିଷେକ ବଚ୍ଚନଙ୍କ କବାଡ଼ି ଟିମ୍‌ ପାଇଁ ‘ଚିୟର୍‌’ କରୁଥିବାର ଦେଖିବାକୁ ମିଳିଛି। ସେହି ସମୟରେ ତାଙ୍କ ସହ ତାଙ୍କ ଝିଅ ଆରାଧ୍ୟା ଓ ଅଭିଷେକଙ୍କୁ ବି ‌ଦେଖିବାକୁ ମିଳିଛି। ସେ ତାଙ୍କ କବାଡି ଟିମ୍‌ ‘ଜୟପୁର ପିଙ୍କ୍‌ ପାନ୍ଥର’ ପାଇଁ ଖୁସି ଥିବା ଦେଖିବାକୁ ମିଳିଥିଲା। ଜାନୁଆରୀ ୬ ତାରିଖ ଶନିବାର ରାତିରେ ସେମାନେ ସମସ୍ତେ ମୁମ୍ବାଇର ସର୍ଦ୍ଦାର ବଲ୍ଲବଭାଇ ପଟେଲ ଇନଡୋର ଷ୍ଟାଡିୟମରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ପ୍ରୋ କବାଡି ଲିଗରେ ଯୋଗ ଦେଇଥିଲେ। ଷ୍ଟାର ସ୍ପୋର୍ଟସ ଏହି ଭିଡିଓକୁ ‘ଏକ୍ସ’ରେ ସେୟାର କରିଥିଲା, ଯାହା ମ୍ୟାଚ ସମୟରେ ନିଆଯାଇଥିଲା। ଏଥିରେ ଆରାଧ୍ୟାଙ୍କ ଭିନ୍ନ ହେୟାର ଷ୍ଟାଇଲ ଦେଖିବାକୁ ମିଳିଥିଲା ​।ସ୍ୱାମୀଙ୍କ ଦଳର ବିଜୟକୁ ନେଇ ଐାଶ୍ବର୍ଯ୍ୟା ମଧ୍ୟ ଖୁସି ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଥିଲା।

    ଆସନ୍ତୁ ଆପଣଙ୍କୁ କହିବା, ଅଭିଷେକ ବଣ୍ଟି ୱାଲିଆଙ୍କ ସହ ‘ଜୟପୁର ପିଙ୍କ୍‌ ପାନ୍ଥର’ ସହ-ମାଲିକ ଅଟନ୍ତି। ଦଳ ୨୦୧୪ ମସିହାରେ ପ୍ରୋ କବାଡି ଲିଗରେ ଖେଳିବା ଆରମ୍ଭ କରିଥିଲା। ଆପଣ ଜାଣନ୍ତି ଯେ ଗତ କିଛି ଦିନ ହେବ ଐଶ୍ବର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଭଲ ପଡୁନଥିବା ଭଳି ଖବର ସାମ୍ନାକୁ ଆସିଛି। ଯେତେବେଳେ ଏକ ଇଭେଣ୍ଟରେ ଅଭିଷେକଙ୍କୁ ତାଙ୍କ ବାହାଘର ମୁଦି ବିନା ଦେଖାଗଲା, ଲୋକମାନେ ଛାଡପତ୍ର ହେବାକୁ ଯାଉଛି ବୋଲି ଆଲୋଚନା କରିବା ଆରମ୍ଭ କଲେ। କେବଳ ଏତିକି ନୁହେଁ, କେତେକ ମଧ୍ୟ କହିଛନ୍ତି ଐଶ୍ବର୍ଯ୍ୟା ତାଙ୍କ ଶାଶୂଘର ଘର ଛାଡି ନିଜ ମାତୃ ଘରକୁ ଚାଲିଯାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    86 %
    0.3kmh
    100 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ