Thursday, March 12, 2026
22 C
Odisha

    ପଶ୍ଚିମବଙ୍ଗ ମୁର୍ସିଦାବାଦରେ ଟିଏମସି ନେତାଙ୍କୁ ଗୁଳିକରି ହତ୍ୟା

    ଆଗକୁ ପଢନ୍ତୁ

    ପଶ୍ଚିମବଙ୍ଗ ମୁର୍ସିବାଦରେ ଟିଏମସି ନେତା ସତ୍ୟନ ଚୌଧୁରୀଙ୍କୁ ଗୁଳିକରି ହତ୍ୟା କରାଯାଇଛି । କିଛି ଅଜ୍ଞାତ ବ୍ୟକ୍ତି ସତ୍ୟନଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ରବିବାର ମଧ୍ୟାହ୍ନରେ ବହରାମପୁର ଚଲଟିୟା ଠାରେ କିଛି ଅଜଣା ବ୍ୟକ୍ତି ବାଇକରେ ଆସି ସତ୍ୟନଙ୍କୁ ଅତି ନିକଟରୁ ଗୁଳି ମାରିଥିଲେ । ଏହି ଘଟଣା ପରେ ସତ୍ୟନଙ୍କୁ ତୁରନ୍ତ ମୁର୍ସିଦାବାଦ ହସ୍ପିଟାଲକୁ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସତ୍ୟନ ପ୍ରଥମେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କର ଅତି ନିକଟତର ଥିଲେ । ପରେ ସେ ଟିଏମସିରେ ଯୋଗ ଦେଇଥିଲେ । ହେଲେ ଏବେ କିଛିଦିନ ତଳେ ଟିଏମସି ସହ ସତ୍ୟନଙ୍କର ସଂପର୍କ ଠିକ୍ ନ ଥିଲା । ଏସବୁ ଭିତରେ ସତ୍ୟନକୁ କିଏ ଓ କାହିଁକି ହତ୍ୟା କଲା ତା ଉପରେ ତଦନ୍ତ କରୁଛି ସ୍ଥାନୀୟ ପୋଲିସ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    22 %
    2.2kmh
    0 %
    Thu
    37 °
    Fri
    38 °
    Sat
    39 °
    Sun
    38 °
    Mon
    37 °

    ସମ୍ବନ୍ଧିତ