Thursday, October 15, 2026
28.2 C
Odisha

    ହରିୟାଣା ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହେବେ ଭିନେଶ-ବଜରଙ୍ଗ !

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ନିର୍ବାଚନ ପୁର୍ବରୁ କଂଗ୍ରେସ ଦଳରେ ନୂଆ ମୁହଁକୁ ସାମିଲ କରି ମଇଦାନକୁ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଛି। ଲୋକପ୍ରିୟ ମହିଳା ରେସଲର ଭିନେଶ ଫୋଗାଟ କଂଗ୍ରେସର ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। ଆଜି ଦିଲ୍ଲୀରେ ଥିବା କଂଗ୍ରେସ ଭବନରେ ଭିନେଶ ଦଳରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ଭିନେଶ ଫୋଗାଟ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ପ୍ରାୟ ନିଶ୍ଚିତ ହୋଇଛି। ସେ ଚରଖି ଦାଦରୀ, ବାଢ଼ଦା ଏବଂ ଜିନ୍ଦ ଜୁଲାନା ମଧ୍ୟରୁ କୌଣସି ଗୋଟାଏ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେପ୍ଟେମ୍ବର ୪ରେ ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟି ରାଜନୀତି ବିଷୟରେ ଆଲୋଚନା କରିଥିଲେ। ଏହି ବୈଠକ ବିଷୟରେ ସୂଚନା କଂଗ୍ରେସ ନିଜେ ଦେଇଥିଲା ଏବଂ ବିଶ୍ୱାସ କରାଯାଉଥିଲା ଯେ ନିର୍ବାଚନରେ ​​ଭିନେଶଙ୍କୁ ଲଢ଼ାଇବାକୁ କଂଗ୍ରେସ ଚେଷ୍ଟା କରୁଛି।

    ଏହା ମଧ୍ୟ କୁହାଯାଉଛି ଯେ, ଷ୍ଟାର ରେସଲର ବଜରଙ୍ଗ ପୁନିଆ ଦିଲ୍ଲୀରେ ପହଞ୍ଚିବା ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ ଦଳରେ ଯୋଗଦେବେ। ଦଳ ସୋନିପତ ଜିଲ୍ଲାର ଏକ ବିଧାନସଭା ଆସନରୁ ବଜରଙ୍ଗ ପୁନିଆକୁ ଟିକେଟ ଦେବାକୁ ଯାଉଛି। ବଜରଙ୍ଗ ଏବଂ ଭିନେଶ ବର୍ତ୍ତମାନ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ଯେ ଭିନେଶଙ୍କ ଶାଶୁ ଘର ସୋନିପତରେ ଥିବାବେଳେ ତାଙ୍କ ବାପ ଘର ଚରଖି ଦାଦରୀରେ ଅଛି। ଏଭଳି ପରିସ୍ଥିତିରେ କଂଗ୍ରେସ କେଉଁ ଆସନରୁ ଭିନେଶଙ୍କୁ ଟିକେଟ ଦେବ ସେନେଇ ଚିନ୍ତା କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.2 ° C
    28.2 °
    28.2 °
    73 %
    2.5kmh
    93 %
    Thu
    27 °
    Fri
    29 °
    Sat
    30 °
    Sun
    24 °
    Mon
    26 °

    ସମ୍ବନ୍ଧିତ