Saturday, July 27, 2024
24.8 C
Odisha

    କେନ୍ଦ୍ରମନ୍ତ୍ରୀ କହିଲେ ଦୁନିଆ ଜାଣିଛି ଗାନ୍ଧୀ ପରିବାରର ଏଟିଏମ୍ ହେଉଛନ୍ତି ଧୀରଜ ସାହୁ :ଧର୍ମେନ୍ଦ୍ର

    ଆଗକୁ ପଢନ୍ତୁ

    ଦୁନିଆ ଜାଣିଛି ଗାନ୍ଧୀ ପରିବାରର ଏଟିଏମ୍ କଂଗ୍ରେସ ସାଂସଦ ଧୀରଜ ସାହୁ । ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଇଟି ରେଡ୍ ଘଟଣାରେ ମୁହଁ ଖୋଲି କଂଗ୍ରେସ ସାଂସଦ ଧୀରଜ ସାହୁ କହିଥିଲେ, ଜବତ ଟଙ୍କା ସହିତ କଂଗ୍ରେସର ଲିଙ୍କ ନାହିଁ । ଏହା ତାଙ୍କ ପରିବାରର ଟଙ୍କା । ଏହାପରେ ଧୀରଜଙ୍କ ମନ୍ତବ୍ୟକୁ କଟାକ୍ଷ କରିଛନ୍ତି । ଆଉ କହିଛନ୍ତି, ଦୁନିଆ ଜାଣିଛି ଧୀରଜ ସାହୁ ହେଉଛନ୍ତି ଗାନ୍ଧୀ ପରିବାରର ଏଟିଏମ୍ । ଆୟକର ରେଡର ସପ୍ତାହକ ପରେ ଧୀରଜ ସାହୁ ଯେଉଁଭଳି ସଫେଇ ଦେଇଛନ୍ତି ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ୩୫୧ କୋଟି ଟଙ୍କା ଜବତ ହେବା ଘଟଣାରେ ପ୍ରଥମଥର ପାଇଁ ଗତକାଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ରାଜ୍ୟସଭା ସାଂସଦ । ଧୀରଜ କହିଥିଲେ, ଜବତ ହୋଇଥିବା ଟଙ୍କା ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ବଡ଼ ପରିବାର ହୋଇଥିବା ବେଳେ ପରିବାରର ଏକାଧିକ ସଦସ୍ୟ ବ୍ୟବସାୟରେ ଅଛନ୍ତି ଏବଂ ଏହା ପାରିବାରିକ ବ୍ୟବସାୟର ଟଙ୍କା ବୋଲି ସଫେଇ ରଖିଥିଲେ ଧୀରଜ ।
    ତାଙ୍କ ପରିବାର ବର୍ଷ ବର୍ଷ ଧରି ମଦ ବ୍ୟବସାୟରେ ସଂପୃକ୍ତ ରହିଛି । ବ୍ୟବସାୟ ଏବଂ ଟିକସ ଦେବା ପାଇଁ କିଛି ଟଙ୍କା ରଖାଯାଇଥିଲା ବୋଲି କହିଛନ୍ତି । ସେହିପରି ଦଳକୁ ସୁରକ୍ଷା ଦେବାକୁ ଯାଇ ଜବତ ଟଙ୍କା ସହ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି । ତେବେ ସମୟ ଆସିଲେ, ସବୁ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଝାଡ଼ଖଣ୍ଡରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଧୀରଜ ସାହୁ । କିନ୍ତୁ ଦୀର୍ଘ ଦିନ ଧରି ନିରବ ଥିବା ଧୀରଜ ହଠାତ ମୁହଁ ଖୋଲି କଂଗ୍ରେସକୁ ଏହି ସମୟରେ କ୍ଲିନଚିଟ୍ ଦେଇଛନ୍ତି ଯେତେବେଳେ କେନ୍ଦ୍ରର ଶାସକ ଦଳ ବିଜେପି ଏହି ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରି ଆସୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ