Friday, October 16, 2026
23.1 C
Odisha

    ବେକାରୀ ଯୋଗୁଁ ପାର୍ଲାମେଣ୍ଟ୍‌ ସୁରକ୍ଷା ଉଲ୍ଲଂଘନ ହେଲା: ରାହୁଲ୍‌ ଗାନ୍ଧୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଯୋଗୁଁ ସୃଷ୍ଟି ହୋଇଥିବା ବେକାରୀ ସମସ୍ୟା ପାର୍ଲାମେଣ୍ଟ୍‌ ସୁରକ୍ଷା ଉଲ୍ଲଂଘନ ପାଇଁ ଦାୟୀ ବୋଲି ଆଜି ସାମ୍ବାଦିକମାନଙ୍କୁ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ କହିଛନ୍ତି। ରାହୁଲ୍‌ ଗାନ୍ଧୀ କହିଛନ୍ତି, ମୋଦୀଙ୍କ ନୀତି ଯୋଗୁଁ ଦେଶର ନାଗରିକମାନେ କର୍ମସଂସ୍ଥାନ ପାଉ ନାହାନ୍ତି। ବେକାରୀ ହିଁ ସୁରକ୍ଷା ଉଲ୍ଲଂଘନର କାରଣ। ରାହୁଲ୍‌ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ଜନସମୂହ ସମ୍ପ୍ରତି ସମ୍ମୁଖୀନ ହେଉଥିବା ସବୁଠୁ ବଡ଼ ସମସ୍ୟା ହେଉଛି ବେକାରୀ। ଅବଶ୍ୟ ସୁରକ୍ଷା ଉଲ୍ଲଂଘନ ହୋଇଛି। କିନ୍ତୁ, ଅସଲ କଥା ହେଉଛି, ତାହା କ’ଣ ପାଇଁ ହେଲା? ମୁଖ୍ୟ ସମସ୍ୟା ହେଉଛି ବେକାରୀ। ମୋଦୀଜୀଙ୍କ ନୀତି ଯୋଗୁଁ, ଭାରତବାସୀ କର୍ମସଂସ୍ଥାନ ପାଉନାହାନ୍ତି।

    ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନୀତି ଯୋଗୁଁ ବେକାରୀ ସମସ୍ୟା ସହିତ ମୁଦ୍ରାସ୍ଫୀତି ମଧ୍ୟ ସଂସଦ ସୁରକ୍ଷା ଉଲ୍ଲଂଘନର ଅନ୍ୟ ଏକ କାରଣ।

    ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଉପରୋକ୍ତ ଘଟଣା ବିଷୟରେ କହିବା ବେଳେ କହିଛନ୍ତି ଯେ, ଏଭଳି ସାଙ୍ଘାତିକ ଘଟଣା ପ୍ରତି ସରକାର ଧ୍ୟାନ ଦେବା ଆବଶ୍ୟକ। ଏହି ଘଟଣା ସଂକ୍ରାନ୍ତରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତ ଶାହା ଗୃହରେ ବିବୃତି ଦିଅନ୍ତୁ ବୋଲି ବହୁବାର ଅନୁରୋଧ କରାଗଲା। କିନ୍ତୁ, ସେ ଆସିବାକୁ ଚାହିଁଲେ ନାହିଁ। ସେମାନେ (ବିଜେପି) ଗୃହ ଚଳାଇ ଦେବାକୁ ଚାହୁଁ ନାହାନ୍ତି। ଏଇଟା ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ। କିନ୍ତୁ,ଗଣତନ୍ତ୍ର ଉପରେ ବିଶ୍ବାସ କରୁ ନ ଥିବା ଲୋକଙ୍କୁ ଏସବୁ କହିବା ନିରର୍ଥକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.1 ° C
    23.1 °
    23.1 °
    93 %
    1.6kmh
    39 %
    Fri
    23 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ