Thursday, February 26, 2026
21.7 C
Odisha

    କିଏ ରାମାୟଣ ଶ୍ରୀରାମଙ୍କ ରିୟଲ ଲାଇଫ୍ ସୀତା ଜାଣନ୍ତି କି?

    ଆଗକୁ ପଢନ୍ତୁ

    ମୁମ୍ବାଇ: ରାମାନନ୍ଦ ସାଗରଙ୍କ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ ରାଜନୀତି ପାଦ ଦେବା ପରେ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଅରୁଣ ନିଜ ନାମ ଅପେକ୍ଷା ରାମ ଭାବେ ଦେଶର ଜନସାଧାରଣଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ। ରାମାୟଣ ପରେ ରେ ବିଭିନ୍ନ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି-୨ରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହା ସହିତ ଫିଲ୍ମ ୩୭୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ଭୂମିକାରେ ନଜର ଆସିଥିଲେ।
    ରାମାୟଣରେ ଅରୁଣଙ୍କ ସୀତାଙ୍କ ବିଷୟରେ ସଭିଏଁ ଜାଣିଛନ୍ତି। କିନ୍ତୁ ରିୟଲ ଲାଇଫ୍ ରେ ତାଙ୍କର ସୀତା ଅର୍ଥାତ୍ ସ୍ତ୍ରୀ କିଏ ସେ ନେଇ ପ୍ରାୟତଃ ବିଶେଷ କେହି ଜାଣନ୍ତି ନାହିଁ। ଅରୁଣ ନିଜ ପର୍ସନାଲ୍ ଲାଇଫ୍ କୁ ପ୍ରାଇଭେଟ୍ ରଖିବାକୁ ପସନ୍ଦ କରିଥାନ୍ତି। ତାଙ୍କ ରିୟଲ ଳାଇଫ୍ ସୀତାଙ୍କ ନାମ ହେଉଛି ଶ୍ରୀଲେଖା। ସେ ବଲିଉଡ୍ ରେ ମଧ୍ୟ ଅଭିନୟ କରୁଥିଲେ। ବିଭିନ୍ନ ସୁପରଷ୍ଟାରଙ୍କ ସହିତ ସେ କାମ କରିଛନ୍ତି।

    ସେ ‘ହିମ୍ମତୱାର’, ‘ଛୋଟା ସା ଘର’ଫିଲ୍ମରେ ଅଭିନୟ କରିଥିଲେ। ଧର୍ମେନ୍ଦ୍ର, ମୁକେଶ ଖାନ୍ନା, ଗଜେନ୍ଦ୍ର ଚୌହ୍ବାନଙ୍କ ଭଳି ଷ୍ଟାରଙ୍କ ସହିତ ସେ ଅଭିନୟ କରିଛନ୍ତି। ପରେ ସ‌େ ଫିଲ୍ମ ଦୁନିଆଠାରୁ ଦୂରରେ ରହିବା ଆରମ୍ଭ କରିବା ସହିତ ଲାଇମଲାଇଟ୍ ଠାରୁ ଦୂରେଇ ଯାଇଥିଲେ। ସୋସିଆଲ ମିଡ଼ିଆରେ ସେ କମ୍ ଆକ୍ଟିଭ୍ ରହିଥାନ୍ତି। ଅରୁଣ ଶ୍ରୀଲେଖାଙ୍କ ବିବାହକୁ ବହୁ ଦିନ ବିତି ଗଲାଣି। ସେମାନଙ୍କର ଦୁଇ ସନ୍ତାନ ମଧ୍ୟ ଅଛନ୍ତି। ସେମାନଙ୍କର ନାମ ଅମଲ ଏବଂ ସୋନିକା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    23 %
    2kmh
    0 %
    Thu
    22 °
    Fri
    34 °
    Sat
    36 °
    Sun
    37 °
    Mon
    38 °

    ସମ୍ବନ୍ଧିତ