Saturday, April 19, 2025
40.3 C
Odisha

    ଡିସେମ୍ବର ମାସରେ କରୋନା ସଂକ୍ରମଣରେ ବିଶ୍ୱରେ ୧୦ ହଜାର ଲୋକଙ୍କର ମୃତ୍ୟୁ

    ଆଗକୁ ପଢନ୍ତୁ

    କରୋନା ସଂକ୍ରମଣ ସାରା ବିଶ୍ୱରେ ପୁଣି ବ୍ୟାପିବାରେ ଲାଗିଛି । ବିଶେଷ ଭାବେ କରୋନାର ନୂଆ ଭାରିଆଣ୍ଟ କାରଣରୁ ଅନେକ ଦେଶର ସ୍ଥିତି ଏବେ ବେହାଲ ହୋଇପଡିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ମୁତାବକ ସିଂଗାପୁର ଓ ଆମେରିକାରେ ସଂକ୍ରମଣର ଆଉ ଏକ ଲହରୀ ଆସିପାରେ । ଭାରତରେ ମଧ୍ୟ କରୋନା ସଂକ୍ରମଣ  ୪୦-୫୦ ଦିନ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସଂଯୁକ୍ତ ରାଷ୍ଟ୍ର ସ୍ୱାସ୍ଥ୍ୟ ଏଜେନ୍ସିର ମୁଖ୍ୟ କହିଛନ୍ତି କି, ଡିସେମ୍ବର ମାସରେ ବଡଦିନ ଓ ନୂଆବର୍ଷ ପାଳନ କରିବାକୁ ବିଭିନ୍ନ ସ୍ଥାନରେ ଲୋକମାନେ ଏକାଠି ହେବା କାରଣରୁ ବିଶ୍ୱରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ କହିଛନ୍ତି କି ଡିସେମ୍ବର ମାସରେ କରୋନା ସଂକ୍ରମଣରେ ବିଶ୍ୱରେ ୧୦ ହଜାର ଲୋକଙ୍କର ମୃତ୍ୟୁ ହୋଇଛି । ପାଖାପାଖି ୫୦ ଟି ଦେଶର ତଥ୍ୟର ଏହି ସୂଚନା ମିଳିଛି । ଏହାସହ କରୋନା ସଂକ୍ରମଣରେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୪୨ ପ୍ରତିଶତ ବୃଦ୍ଧି ପାଇଛି । ୟୁରୋପୀୟ ଦେଶଗୁଡିକରେ କରୋନା ସଂକ୍ରମଣ ପାଇଁ ପରିସ୍ଥିତି ବିଗିଡିବାରେ ଲାଗିଛି ।

    କରୋନା ସଂକ୍ରମଣ ମାମଲାରେ ଭାରତରେ ମଧ୍ୟ ବୃଦ୍ଧି ପାଇଛି । ଗତ ୧ ସପ୍ତାହର ପରିସଂଖ୍ୟାନକୁ ଦେଖିଲେ ଦୈନିକ ୫୦୦ ରୁ ୬୦୦ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି କରୋନା ସଂକ୍ରମଣରେ ଦେଶରେ ଦୈନିକ ୫-୬ ଜଣ ଲୋକଙ୍କର ମୃତ୍ୟୁ ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.3 ° C
    40.3 °
    40.3 °
    15 %
    2.5kmh
    49 %
    Sat
    40 °
    Sun
    43 °
    Mon
    43 °
    Tue
    44 °
    Wed
    45 °

    ସମ୍ବନ୍ଧିତ