Wednesday, June 17, 2026
29.5 C
Odisha

    ୧୬୭ କୋଟିର ସୁନା ଚାଲାଣ କରିଛନ୍ତି ୟୁଟ୍ୟୁବର

    ଆଗକୁ ପଢନ୍ତୁ

    ଚେନ୍ନାଇ: ଚେନ୍ନାଇର ୟୁଟ୍ୟୁବର ସବିର୍‌ ଅଲି ସୁନା ଚୋରାଚାଲାଣ ମାମଲାରେ ଗିରଫ ହୋଇଛନ୍ତି। ସେ ଅନ୍ତର୍ଜାତୀୟ ସୁନା ଚୋରାଚାଲାଣ ପାଇଁ ଏକ ରୢାକେଟ୍‌ ସଂଚାଳନ କରୁଥିଲେ ଏବଂ ଚେନ୍ନାଇ ବିମାନବନ୍ଦରରେ ‘ଏୟାରହବ୍‌’ ନାମରେ ଏକ ସୋଭେନିର୍‌ ସପ୍‌ ପରିଚାଳନା କରୁଥିଲେ। ୭ ଜଣ କର୍ମଚାରୀଙ୍କୁ ସେ ସୁନା ଚୋରାଚାଲାଣ ପାଇଁ ନିଯୁକ୍ତି ଦେଇଥିଲେ ଏବଂ ସେମାନଙ୍କୁ ସ୍ବତନ୍ତ୍ର ତାଲିମ ଦେଇଥିଲେ। ଜୁନ୍‌ ୨୯-୩୦ ତାରିଖରେ ଏହି ଘଟଣାର ପର୍ଦ୍ଦାଫାସ ହେବାପରେ ୨୯ ବର୍ଷୀୟ ଅଲି ଏବଂ ତାଙ୍କର ୭ ଜଣ କର୍ମଚାରୀ ଗିରଫ ହୋଇଛନ୍ତି। ଘଟଣାର ତଦନ୍ତ କରୁଥିବା ଟିମ୍‌ କହିଛନ୍ତି, ସୁନା ଚୋରାଚାଲାଣ ପାଇଁ ଅଲି ମାସିକ ୧୫ହଜାର ଟଙ୍କା ଦରମା ଦେଇ ଲୋକଙ୍କୁ ନିଯୁକ୍ତି ଦେଇଥିଲେ।

    ସିଲିକନ୍‌ ବଲ୍‌ ଦ୍ବାରା ସୁନା ଚୋରାଚାଲାଣ ହେଉଥିଲା। ପ୍ରତିଟି ସିଲିକନ୍‌ ବଲ୍‌ ପାଇଁ ଅତିରିକ୍ତ ୫ ହଜାର ଟଙ୍କା ମିଳୁଥିଲା। ସିଲିକନ୍‌ ବଲ୍‌ରେ ପାଖାପାଖି ୩୦୦ ଗ୍ରାମ୍‌ ଗୋଲ୍ଡ ପେଷ୍ଟ୍‌ କିମ୍ବା ପାଉଡର ରହୁଥିଲା। ୨ ମାସ ମଧ୍ୟରେ ‌ସେମାନେ ୧୬୭ କୋଟି ଟଙ୍କାର ସୁନା (୨୬୭ କେଜି) ଚୋରାଚାଲାଣ କରିଥିବା ଜଣାପଡ଼ିଛି। କଷ୍ଟମ୍‌ସ ଅଧିକାରୀଙ୍କ ଆକଳନ ଅନୁଯାୟୀ ଏହ‌ି ସମୟ ମଧ୍ୟରେ ଅଲି ପ୍ରାୟ ୨.୫ କୋଟି ରୋଜଗାର କରିଛନ୍ତି। ଜଣେ ଅଭିଯୁକ୍ତ ସ୍ବୀକାର କରିଛି ଯେ ‌ସେ ୨ ମାସ ମଧ୍ୟରେ ୮୦ଟି ଟ୍ରିପ୍‌ରେ ସୁନା‌ ଚୋରାଚାଲାଣ କରିଛି। ଏହି ବ୍ୟକ୍ତିମାନଙ୍କୁ ସେମାନଙ୍କ ମଳଦ୍ବାରରେ ସୁନା ଲୁଚାଇ ରଖିବାକୁ ସ୍ବତନ୍ତ୍ର ତାଲିମ ଦିଆଯାଇଥାଏ। କାମ ଦିଆଯିବାର ୧୦ ଦିନ ପୂର୍ବରୁ ‌ସେମାନଙ୍କୁ ତାଲିମ ଦିଆଯାଇଥାଏ। ଜୁନ୍‌ ୨୯ ତାରିଖରେ ଜଣେ ବ୍ୟକ୍ତିଙ୍କର ଏକ୍ସରେ କରାଯିବାପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.5 ° C
    29.5 °
    29.5 °
    60 %
    4.8kmh
    87 %
    Wed
    29 °
    Thu
    39 °
    Fri
    39 °
    Sat
    33 °
    Sun
    36 °

    ସମ୍ବନ୍ଧିତ