Monday, March 30, 2026
26.9 C
Odisha

    ଅଙ୍ଗନବାଡ଼ି କର୍ମୀଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ

    ଆଗକୁ ପଢନ୍ତୁ

    ବାଲେଶ୍ୱର : ଅଙ୍ଗନବାଡ଼ି କର୍ମୀଙ୍କୁ ଆକ୍ରମଣ କରି ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏ ନେଇ ସିମୁଳିଆ ଥାନାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ।ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବରି ଗ୍ରାମରେ ଗତ ୧୫ ତାରିଖ ରାତିରେ ଅଙ୍ଗନବାଡ଼ି କର୍ମୀ ସୁକାନ୍ତି ସାହୁଙ୍କୁ ଦୁର୍ବୁତ୍ତ ମାନେ ଭୁଜାଲି ଓ ରଡ଼ରେ ଆକ୍ରମଣ କରି ଲୁଟ କରିଥିଲେ। ସୁକାନ୍ତିଙ୍କ ବାପା ଅକ୍ରୁର ସାହୁ ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ସିମୁଳିଆ ପୋଲିସ କେସ ନମ୍ବର ୬୩/୨୫ମୂଳେ ମୋକଦମା ରୁଜୁ କରାଯାଇଥିଲା। ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଏହାକୁ ଗୁରୁତ୍ୱର ନେଇ ଦୁଇଟି ଟିମ ଗଠନ କରିଥିଲେ। ବାସୁଦେବପୁର ଥାନା ଓ ସିମୁଳିଆ ଥାନାକୁ ନେଇ ଯୁଗ୍ମ ଟିମ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଛାନଭିନ କରି ଦୁଇ ଜଣ ଯୁବକକୁ ଗିରଫ କରିବାରେ ସଫଳ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.9 ° C
    26.9 °
    26.9 °
    24 %
    2.3kmh
    0 %
    Sun
    27 °
    Mon
    41 °
    Tue
    39 °
    Wed
    40 °
    Thu
    40 °

    ସମ୍ବନ୍ଧିତ